Masthead

ଭାରତ ଆସିବେ ବୋରିସ୍

ନୂଆଦିଲ୍ଲୀ(ବଡ଼ ଖବର): ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ବ୍ରିଟିଶ ହାଇ କମିଶନଙ୍କ ସୂତ୍ରରୁ ଜଣାପଡିଛିଯେ ବୋରିସଙ୍କ ପ୍ଲାନିଂରେ କୌଣସି ପରିବର୍ତ୍ତନ ହୋଇନାହିଁ। ୟୁକେରେ କରୋନାର ନୂଆ ଷ୍ଟ୍ରେନ୍ ପରେ ଲକଡାଉନ ଲାଗୁ କରାଯାଇଛି।

ଗତ ମାସରେ ଜନସନ କହିଥିଲେ ଯେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବା ପାଇଁ ସେ ଭାରତର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପ୍ରଥମ ଥର ହେବ।

କରୋନାର ନୂଆ ଷ୍ଟ୍ରେନ୍ ସମଗ୍ର ବିଶ୍ୱରେ ଯାତାୟାତରେ ପ୍ରତିବନ୍ଧକର ଲଗାଇଛି । ଅବଶ୍ୟ ବ୍ରିଟେନର ନୂଆ ଷ୍ଟ୍ରେନର ସଂକ୍ରମିତଙ୍କ ପାଇଁ ୩୦ ରୁ ଅଧିକ ଦେଶ ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ଭାରତରେ ୫୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଡିସେମ୍ବରରେ ୟୁରୋପୀୟ ୟୁନିଅନରୁ ବ୍ରିଟେନ ଛାଡିବା ପରେ ବୋରିସ୍ଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ୧୯୯୩ ରେ ଜନ୍ ମେଜରଙ୍କ ପରେ ଦିଲ୍ଲୀରେ ରିପବ୍ଲିକ୍ ଡେ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ସେ ହେଉଛନ୍ତି ଦ୍ୱିତୀୟ ବ୍ରିଟିଶ୍ ନେତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା