Masthead

ସାବଧାନ! କରୋଡପତି କହି ଲୁଟି ନେବେ

ସାଇବର ଅପରାଧୀ ଗୋଟିଏ ପରେ ଗୋଟିଏ ନୂଆ କୌଶଳ କରିବାରେ ଲାଗିଛନ୍ତି। ଫୋନ୍‌ ପେ, ଗୁଗୁଲ୍‌ ପେ, ପେଟିଏମ୍‌, ଅଶ୍ଲୀଳ ଫଟୋ ପଠାଇ ବ୍ଲାକ୍‌ ମେଲ୍‌ କରିବା, ଫେସବୁକ୍‌ ଭଳି ସାମାଜିକ ଗଣମାଧ୍ୟମର କୌଶଳ ପରେ ଏବେ ହ୍ୱାଟସ୍‌ ଆପରେ ଉପହାର ବିଜେତା ହୋଇଥିବା ନେଇ ଏକ ଅଡିଓ ମେସେଜ୍‌ ସହିତ ଫଟୋ ପ୍ରେରଣ କରୁଛନ୍ତି। କେବିସିରେ ମନୋନୀତ ହୋଇଥିବା ସୌଭାଗ୍ୟଶାଳୀ ବିଜେତା ଭାବେ ଆପଣଙ୍କ ନମ୍ବରକୁ ବଛା ଯାଇ ୨୫ ଲକ୍ଷ ଟଙ୍କାର ଉପହାର ପାଇବା ଲାଗି ହେଲେ ଫଟୋରେ ପ୍ରଦର୍ଶିତ ନମ୍ବରକୁ ମୋବାଇଲ୍‌ ଫୋନ୍‌ରେ ସେଭ୍ କରି ପରେ ଉକ୍ତ ନମ୍ବରକୁ ହ୍ୱାଟସଆପ୍‌ ମାଧ୍ୟମରେ କଲ୍ କରନ୍ତୁ ଆପଣ ଟଙ୍କା ପାଇବେ, ଏଭଳି ହ୍ୱାଟସ୍ ଆପରେ ଆସୁଛି ମେସେଜ । ଏଭଳି ନୂଆ କୌଶଳ କରିଛି ସାଇବର ଠକେଇ।

ଏଟିଏମ୍‌ର କାର୍ଡ ନମ୍ବର, ଓଟିପି ନେଇ ଠକେଇ କରାଯାଉଥିଲା। ଜନସାଧାରଣ ସଚେତନ ହେଉଥିବାରୁ ସାଇବର ଅପରାଧୀ ଏବେ ନୂତନ କୌଶଳ ଆପଣାଇବାରେ ଲାଗିଛନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ କେବିସି ବାହାନାରେ ଆରମ୍ଭ ହୋଇଛି ଠକେଇ। ହ୍ୱାର୍ଟସ ଆପ ୟୁଜରର୍ସଙ୍କୁ ଏକ ପୋଷ୍ଟର ପଠାଯାଉଛି। ଯେଉଁଥିରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଛି ଏବଂ ଅନ୍ୟପଟେ ଅମିତାଭଙ୍କ ଫଟୋ ରହିଛି। ମୁକେଶ ଅମ୍ବାନିଙ୍କ ଜିଓ ବିଭାଗ ପକ୍ଷରୁ ଏହି ଉପହାର ପ୍ରଦାନ କରାଯାଉଛି ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଉଛି । ଲୋକେ ଏହି ପୋଷ୍ଟ ପଢ଼ିବା ପରେ ନିଶ୍ଚିତ ଭାବେ ଭ୍ରମରେ ପଡ଼ିଯିବେ। ଏଭଳି ମେସେଜ ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ସାଇବର ଅପରାଧୀଙ୍କର ଏହି କୌଶଳକୁ ସନ୍ଦେହ କରି ଜଣେ ସାଇବର ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ। ଏହା ଏକ ନୂତନ ଶୈଳୀର ଠକେଇ ବୋଲି ସେ ମତ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ