Masthead

୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତୃତୀୟ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ତୃତୀୟ ଟେଷ୍ଟ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଘୋଷଣା କରିଛି ତା’ର ଚୁଡାନ୍ତ ଏକାଦଶ । ଆସନ୍ତାକାଲିଠାରୁ ସିଡନୀରେ ଖେଳାଯିବ ଭାରତ -ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ । ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି ରୋହିତ ଶର୍ମା । ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ନେଇଛନ୍ତି ରୋହିତ ଶର୍ମା । ଗତ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ ମୟଙ୍କ । ଯାହା ଫଳରେ ତାଙ୍କ ସ୍ଥାନରେ ମିଳିଛି ରୋହିତଙ୍କୁ ସୁଯୋଗ । ରୋହିତ ଶର୍ମା ଦଳକୁ ଆସିବା ପରେ ତାଙ୍କୁ ମିଳିଛି ଭାରତୀୟ ଦଳର ଉପଅଧିନାୟକ ପଦ ।

ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ଡେବ୍ୟୁ କରିବେ ଦ୍ରୁତ ବୋଲର ନବଦୀପ ସାଇନି । ନବଦୀପ ସାଇନ ଗତ ମ୍ୟାଚରେ ଆଘାତ ହୋଇ ଦଳରୁ ବାଦ ପଡ଼ିଥିବା ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି । ଆଜିଙ୍କେ ରାହାଣେଙ୍କ ନେତୃତ୍ୱରେ ଏହି ଦଳ ଆସନ୍ତାକାଲି ସିଡନୀରେ କଙ୍ଗାରୁ ଦଳକୁ ମାତ ଦେବା ପଡ଼ିଆକୁ ଓହ୍ଲାଇବ।

ତୃତୀୟ ଟେଷ୍ଟରେ ଭାରତୀୟ ଦଳର ଓପନିଂ ବ୍ୟାଟିଂ ସମ୍ଭାଳିବେ ରୋହିତ ଶର୍ମା ଓ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ । ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାର, ଚତୁର୍ଥ ସ୍ଥାନରେ ଅଧିନାୟକ ଆଜିଙ୍କେ ରାହାଣେ, ପଂଚମ ସ୍ଥାନରେ ହନୁମା ବିହାରୀ, ଷଷ୍ଠ ସ୍ଥାନରେ ଋଷଭ ପନ୍ତ, ସପ୍ତମ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସ୍ଥାନ ପାଇଛନ୍ତି ଦଳର ଚୁଡାନ୍ତ ଏକାଦଶରେ । ସେହିପରି ଭାବରେ ଅଷ୍ଟମ, ନବମ, ଦଶମ ଓ ଏକାଦଶ ସ୍ଥାନରେ ଯଥାକ୍ରମେ ରବିଚନ୍ଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ନବଦୀପ ସାଇନ ସ୍ଥାନ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ