Before Header

ଶଙ୍ଖ ଧରିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର

0 1,073

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶଙ୍ଖ ଧରିଲେ ଅରବିନ୍ଦ । ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ନବୀନ ନିବାସ ଆସି ବିଜେଡିରେ ସାମିଲ ହେଲେ ଅରବିନ୍ଦ ମହାପାତ୍ର । ପ୍ରତାପ ଦେବ, ଅତନୁ ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ । ୨୦୦୦ ମସିହାରେ ଟିକେଟ କଟିବା ସହ ବିଜୟଙ୍କୁ ଦୂରେଇ ଦେଇଥିଲା ଦଳ । ଏହାପରେ ଓଜିପି, ଏନସିପି, ବିଜେପିରେ ନିଜର ଭାଗ୍ୟପରୀକ୍ଷା କରିଥିଲେ ମଧ୍ୟ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇପାରିନଥିଲେ ବିଜୟ । ତେବେ ୨୦୧୯ ନିର୍ବାଚନରେ ପରାଜୟ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ରାଜନୀତି କରିବା ନେଇ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.