Masthead

ଶୀତରେ ଥରୁଛି ଚାଷୀଙ୍କ ଲହୁ

କୁଚିଣ୍ଡା(ବଡ଼ ଖବର ବ୍ୟୁରୋ): ଚାଷ ଅଛି ଯାହାର କି ଆନନ୍ଦ ତାହାର ।ପ୍ରଶାସନିକ ପେଚପାଞ୍ଚ ନୀତିରେ ବଦଳିଯାଇଛି ଏହି କାଳଯାୟୀ ଉକ୍ତିର ଭାବଧାରା । ଏବେ ଚାଷୀମାନେ କହୁଛନ୍ତି ଚାଷ ଅଛି ଯାହାର, କେତେ ଦୁଃଖ ତହାର । ଚାଷୀଙ୍କ ଠାରୁ ଖରିଫ ଧାନ କିଣିବାପାଇଁ ରାଜ୍ୟ ସରକାର କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ସ୍ଥାନରେ ଖୋଲିଛନ୍ତି ୪୮ମଣ୍ଡି । ନଭେମ୍ବର ୧୯ରୁ ଏହି ମଣ୍ଡି ଖୋଲାଯାଇଛି । ପଞ୍ଚିକୃତ ଚାଷୀମାନେ ଟୋକନ ପାଇବାର ଏକ ମାସ ଭିତରେ ମଣ୍ଡିରେ ଧାନ ଦେବାର ସରକାରୀ ନିୟମ ରହିଛି । କିନ୍ତୁ ସରକାରୀ ବାବୁ ମାନେ ହୀନ ଉଦ୍ଦେଶ୍ୟ ରଖି ଆଇନକୁ ଜଳାଞ୍ଚଳି ଦେଇ ଚାଷୀଙ୍କୁ ହନ୍ତସନ୍ତ କରୁଛନ୍ତି । ଟୋକନ ପାଇଥିବା ଚାଷୀ ମାନେ ମଣ୍ଡିକୁ ଧାନ ଆଣିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ଟାର୍ଗେଟ ନଥିବା କହି ଧାନ କିଣୁନାହାନ୍ତି । ଏହାର ପ୍ରତିବାଦରେ କୁଚିଣ୍ଡା ବ୍ଲକ ମିଳିତ କୃଷକ ସଂଗଠନ ଅନ୍ଦୋଳନକୁ ଜୋରଦାର କରିଛି । ଗତ ଶୁକ୍ରବାର ଠାରୁ ୪୮ ମଣ୍ଡିରେ ୧ଲକ୍ଷ ୯୩ ହଜାର ୨୦୫ ପ୍ୟାକେଟ ଧାନ ପଡି ରହିଥିବାରୁ ଚାଷୀମାନେ ଉପଜିଲ୍ଲାପାଳଙ୍କ ଅଫିସ, ତହସିଲ, ବ୍ଲକ, ଆଇଟିଡିଏ, ଏଆରସିଏସ ଓ କୃଷି କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ଖାଲି ସେତିକି ନୁହେଁ, ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗଦାଇ ଦେଇଛନ୍ତି ଧାନ । ସରକାର ଧାନ ନକିଣିଲେ ଚାଷୀମାନେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।
କୁଚିଣ୍ଡା ଉପଖଣ୍ଡରେ ୭୬ ହଜାର ୭୩୨ ହେକ୍ଟର ଚାଷ ଉପଯୋଗୀ ଜମି ଅଛି । କିନ୍ତୁ ୬୫ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହେଉଛି । ଖରିଫ ଋତୁରେ ପ୍ରାୟ ୩୨ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ । ବର୍ତ୍ତମାନ ସୁଧା ୨୫ ଲକ୍ଷ ୭ହଜାର ୩୦୦ ପ୍ୟାକେଟ ଧାନ ମଣ୍ଡିକୁ ଆସିଛି । ୨୩ ଲକ୍ଷ ୧୪ ହଜାର ୧୭୫ପ୍ୟାକେଟ ଧାନ ସରକାର କିଣିଛନ୍ତି । ଚାଷୀ ବାରମ୍ବାର ବିଭିନ୍ନ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲାଣି ।ତେଣେ କ୍ୟାମେରା ସାମ୍ନାରେ ସରକାରୀ ବାବୁ ମାନେ ମୁହଁ ଖୋଲୁ ନାହାନ୍ତି କୁଚିଣ୍ଡା ବିଧାୟକ କହିଛନ୍ତି, ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼