Masthead

କିଏ ହେବ ବ୍ରିସବେନର ବାଜିଗର

କିଏ ହେବ ବ୍ରିସବେନର ବାଜିଗର

ନୂଆଦିଲ୍ଲୀ(ବଡ଼ ଖବର): ଶୁକ୍ରବାର ସିଡନରେ କଡା ଟକ୍କର । କିଏ ହାତେଇବ ବର୍ଡର-ଗାଭାସ୍କର ଟ୍ରଫି । କିଏ ହେବ ବ୍ରିସବେନର ବାଜିଗର । ସିଡନରେ ଐତିହାସିକ ମ୍ୟାଚପରେ ଅସନ୍ତାକାଲି ପୁଣିଥରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ସିରିଜର ଚତୁର୍ଥ ତଥା ଅନ୍ତିିମ ମ୍ୟାଚ ଖେଳିବେ ଉଭୟ ଦଳ । ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ସାରିଛନ୍ତି । ତେଣୁ ଏହି ମ୍ୟାଚ ନିର୍ଣ୍ଣାୟକ ହେବ ।

ଶୁକ୍ରବାର ବଡର୍ର-ଗାଭାସ୍କର ଟେଷ୍ଟ ସିରିଜର ୪ର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ । ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡରେ ପୁଣିଥରେ କଙ୍ଗାରୁ ଦଳକୁ ଭେଟିବ ଟିମ ଇଣ୍ଡିଆ । ଭାରତକୁ ଏହି ସିରିଜ ଜିତିବାକୁ ହେଲେ ଏହାର ଇତିହାସ ଳବଦଳେଇବାକୁ ପଡିବ । କାରଣ ଗାଭାରେ ଏପର୍ଯ୍ୟନ୍ତ ଅପ୍ରତୀଦ୍ୱନ୍ଦୀ ଅଷ୍ଟ୍ରେଲିଆ । ବିଗତ ୩୨ ବର୍ଷ ମଧ୍ୟରେ ବିଫଳତାର ବାଟ ଦେଖିନି କଙ୍ଗାରୁ । ଶେଷଥର ପାଇଁ ୧୯୮୮ରେ ଭିଭି ରିଚାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ନିକଟରୁ ହାରିଥିଲା ଅଷ୍ଟେଲିଆ । ଏହାପରଠାରୁ ୩୦ଟି ଟେଷ୍ଟ ଖେଳି ୨୪ଟି ଜିତିଥିବାବେଳେ ୬ଟି ଟେଷ୍ଟ ଡ୍ର ରଖିଛି । ତେବେ ଉଭୟ ଭାରତ-ଅଷ୍ଟ୍ରେଲିଆର ସ୍ଥିତି ୧-୧ରେ ଥିବାବେଳେ ଭାରତର ସ୍ଥିତି ନୈରାଶ୍ୟଚକ ରହିଛି । କାରଣ ଭାରତ ମୋଟ ୬ଟି ଟେଷ୍ଟ ଖେଳିଥିବାବେଳେ ଆଦୌ ବିଜୟ ହୋଇନି । ବରଂ ୫ଟି ମ୍ୟାଚ ହାରିଥିବାବେଳେ ଗୋଟିଏକୁ ଡ୍ର ରଖିପାରିଛି ।

ଅନ୍ୟପକ୍ଷରେ ବିଜୟର ଲକ୍ଷନେଇ ଟିମ ଇଣ୍ଡିଆ ବୁଧବାରଠୁ ଗାବାରେ ପ୍ରାକ୍ଟିସ ଜାରି ରଖିଛି । ରୋହିତ ଶର୍ମା,ଶୁବମାନ ଗିଲ ଓ ରାହାଣେ ଜୋରଦାର ପ୍ରାକ୍ଟିସ ଚଳାଇଛନ୍ତି । ଚାଇନାମ୍ୟାନ କୁଲଦ୍ୱୀପ ଯାଦବ ମଧ୍ୟ ନେଟ ପ୍ରାକ୍ଟିସ ଚଳାଇଛନ୍ତି । ଆଙ୍ଗୁଠି ଭାଙ୍ଗିଥିବା କାରଣରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସେ ଚୂଡାନ୍ତ ଏକାଦଶ ସ୍ଥାନ ପାଇବାର ସମ୍ଭାବନା ରହିଛି । ହେହିପରି ନଟରାଜନ ଓ ଶାର୍ଦ୍ଦୁଳଙ୍କ ମଧ୍ୟରୁ ଜଣେ ଇଞ୍ଜୋଡ ହୋଇ ୪ର୍ଥ ଟେଷ୍ଟରୁ ବାଦ ପଡିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଖେଳିପାରନ୍ତି । ଭାରତର ଅଧ ଡର୍ଜନେରୁ ଊଦ୍ଧ୍ୱର୍ ଖେଳାଳି ଆଘାତ ହୋଇଥିବାରୁ କୋଚ ରବି ଶାସ୍ତ୍ରୀଙ୍କ ସମେତ ଟିମ ଇଣ୍ଡିଆ ପାଇଁ ଏହା ଚିନ୍ତା ବଢାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ