ଭୁବନେଶ୍ୱର(ବଡ଼ ଖବର): ଶୀତଦିନେ ଅଧିକାଂଶ ଲୋକଙ୍କର ଗୋଡ ଫଟା ସମସ୍ୟା ଦେଖାଦେଇଥାଏ । ବିଶେଷକରି ଗ୍ରାମାଞ୍ଚଳରେ ଏସବୁ ଏ ସମସ୍ୟା ଅଧିକ ଦେଖାଦେଇଥାଏ । ଥଣ୍ଡା ପାଗ କାରଣରୁ ପାଦ ଫାଟି ରକ୍ତ ବାହାରେ। ଏଇ ଦିନେ ପାଦ ଓ ଗୋଇଠି ଫଟାର ଘରୋଇ ଉପଚାର କରିବା ଭଲ। ଜାଣନ୍ତୁ କେମିତି କରିବେ ଗୋଡ ଫଟାର ଉପଚାର ।
ଖିର ୨ଚାମଚରେ ଅଧ ଚାମଚ ମହୁ ମିଶାଇ ପାଦ ଫଟାରେ ତୁଳା ସାହାଯ୍ୟରେ ଲଗାଇବେ। ୧୦-୧୫ଦିନ ରାତିରେ ଶୋଇବା ପୂର୍ବରୁ ଏଭଳି କଲେ ଆରାମ ମିଳେ ଏବଂ ଗୋଡ ଫଟା ସମସ୍ୟାବି ଦୂର ହୋଇଥାଏ ।
ନଡ଼ିଆ ତେଲ ଓ ଅଲିଭ ତେଲ ପାଦ ପାଇଁ ଭଲ ମଏଶ୍ଚରାଇଜର୍ ଭଳି କାମ କରେ। ଗାଧୋଇବା ସମୟରେ ପାଦକୁ ପ୍ୟୁମିକ୍ ଷ୍ଟୋନ୍ରେ ଭଲରେ ଘଷି ମଇଳା ବାହାର କରନ୍ତୁ। ଶୋଇବା ସମୟରେ ତେଲକୁ ଉଷୁମ କରି ଲଗାଇବେ। ପାଦ ଫଟା ସମସ୍ୟା ଦୂରେଇଯିବ।
ଚାଉଳକୁ ଗୁଣ୍ଡ କରି ସେଥିରୁ ୧ଚାମଚ ଓ ମହୁ ଅଧ ଚାମଚ ମିଶାଇ ପାଦ ଉପର-ତେଳ ଲଗାଇ ଶୁଖିବା ପରେ ଧୁଅନ୍ତୁ। ଏହା ପାଦ ପାଇଁ ଭଲ ସ୍କ୍ରବ୍ ଭଳି କାମ କରିଥାଏ। ।
ଉଷୁମ ପାଣିରେ ନିୟମିତ ପାଦ ସଫା କରିବା ଭଲ। ପାଦରେ ଭଲ ମଏଶ୍ଚରାଇଜର୍ ଲଗାଇଲେ ଫଟା ସମସ୍ୟା ଦୂର ହୋଇଯାଏ।