Masthead

ଧରାପଡିଲା ସରକାରଙ୍କ ଡାହା ମିଛ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଧରାପଡିଲା ରାଜ୍ୟ ସରକାରଙ୍କ ଡାହା ମିଛି । ଏସଆଇଟି ତଦନ୍ତ ମନିଟର ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖି ନାହାନ୍ତି । ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ମିଳିଥିବା ସୂଚନା ସ୍ପଷ୍ଟ ହୋଇଛି । ସୂଚନା କର୍ମୀ ହେମନ୍ତ ପଣ୍ଡାଙ୍କ ଆବେଦନର ଉତ୍ତରରେ ଗତ ୬ ତାରିଖରେ ହାଇକୋର୍ଟର ଜନ ସୂଚନା ଅଧିକାରୀ ଏହି ସୂଚନା ଦେଇଛନ୍ତି । ତଥ୍ୟରୁ ଜଣାପଡିଛି ଯେ ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରୁ କୌଣସି ନିବେଦନ ପତ୍ର ହାଇକୋର୍ଟଙ୍କୁ ଦିଆଯାଇନି । ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରଶ୍ନ ଉଠୁ ନାହିଁ ବୋଲି ତଥ୍ୟ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ, ପରୀ ମାମଲାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କୋର୍ଟ ମନିଟରିଂ ।

ଅନ୍ୟପଟେ ପରୀ ବାପା-ମା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ହେଲେ ଏହି ଘଟଣାର ତଦନ୍ତ ଯଦି ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯିବ, ତାହେଲେ ନ୍ୟାୟ କେମିତି ମିଳିବ ବୋଲି ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ତେବେ ଏସଆଇଟି ତଦନ୍ତକୁ ବିଜେପି ବିରୋଧ କରି ସିବିଆଇ ତଦନ୍ତ ଦାବି କରିଥିଲେ । ହେଲେ ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ଐତିହାସିକ ବୋଲି କହିଥିଲା । ଏବେ ହାଇକୋର୍ଟଙ୍କ ତଥ୍ୟ ସାର୍ବଜନୀନ ହେବା ପରେ ଏହା ବିଫଳତାର ପରିଣତ ବୋଲି କହିଛନ୍ତି ହେମନ୍ତ । 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ