Masthead

୨-ଚକିଆରେ ମିରର ବାଧ୍ୟତାମୂଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨ଚକିଆ ବାହାନକୁ ନେଇ ସରକାର ଏଯାବତ୍ ଅନେକ ନୀତି ପ୍ରଣୟନ କରିଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡିଶାରେ ଡବଲ-ହେଲମେଟ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ବାଇକ ଆରୋହୀଙ୍କ ପାଇଁ ଏକ ନୂଆ ନିୟମ ସରକାର ତିଆରି କରିଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀର ଟ୍ରାଫିକ ବ୍ୟବସ୍ଥାକୁ ଧ୍ୟାନ ଦେଇ ମଝିରେ ଅଡ-ଇଭେନ ନମ୍ବର ଗାଡି ଯିବା ଆସିବା କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏବେ ଗାଡିର ମିରରକୁ ନେଇ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଯଦି ଆପଣ ୨-ଚକିଆ ବାହାନ ଚଳାଉଛନ୍ତି ଏବଂ ସାଇଡରେ ମିରର ନାହିଁ ଅବା କାରର ପଛ ସିଟରେ ବସୁଛନ୍ତି ଏବଂ ସିଟ ବେଲ୍ଟ ବାନ୍ଧୁ ନାହାନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିବ। ଏଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଜରିମାନା ରୂପେ ବାଇକରେ ମିରର ନଥିଲେ ୫୦୦ଟଙ୍କା ଓ ସିଟ ବେଲ୍ଟ ନଲଗାଇଲେ ୧୦୦୦ଟଙ୍କା ଚାଲାଣ କଟାଯିବ। କାରଣ ଗାଡିର ମିରରକୁ ସମସ୍ତେ ପ୍ରାୟ ହେୟ ମନେ କରିଥାନ୍ତି ।

ସେହିପରି କାରର ପଛ ସିଟରେ ବସିଥିବା ଲୋକ ସିଟ ବେଲ୍ଟ ପ୍ରତି ମଧ୍ୟ ଅବହେଳା ପ୍ରଦର୍ଶନ କରୁଛନ୍ତି, ଯଦ୍ୱାରା ଏମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଏହି ନିୟମ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି