Masthead

ପରପାରିରେ ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତକାର ଉସ୍ତାଦ୍ ଗୁଲାମ ମୁସ୍ତାଫା

ମୁମ୍ବାଇ(ବଡ଼ ଖବର): ଭାରତୀୟ ଶାସ୍ତ୍ରୀୟ ସଂଗୀତକାର ତଥା ପଦ୍ମଭୂଷଣ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କର ୮୯ ବର୍ଷ ବୟସରେ ଆଜି ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଏନେଇ ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ୨୦୧୯ ରେ ଖାନଙ୍କର ମସ୍ତିଷ୍କ ଆଘାତ ଲାଗିଥିଲା ଏବଂ ତାଙ୍କ ଶରୀରର ବାମ ପାର୍ଶ୍ୱ ପକ୍ଷାଘାତ ହୋଇଯାଇଥିଲା । ଆଜି ସନ୍ଧ୍ୟାରେ ସାନ୍ତାକ୍ରୁଜ୍ କାବ୍ରସ୍ତାନରେ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନହେବ।

ମାର୍ଚ୍ଚ ୩, ୧୯୩୧ ରେ ଉତ୍ତରପ୍ରଦେଶର ବାଡାଉନରେ ଜନ୍ମଗ୍ରହଣ କରିଥିବା ଖାନ ଚାରି ଭାଇ ଏବଂ ତିନି ଭଉଣୀଙ୍କ ପରିବାରର ବଡ ପୁଅ ଥିଲେ। ତାଙ୍କ ପିତା ଉସ୍ତାଦ୍ ୱାରିସ୍ ହୁସେନ୍ ଖାନ୍ ପ୍ରସିଦ୍ଧ ସଂଗୀତକାର ଓ ମାତା ସାବ୍ରି ବେଗମ୍ ଉସ୍ତାଦ୍ ଇନାୟତ ହୁସେନ୍ ଖାନଙ୍କ ଝିଅ ଥିଲେ, ଯାହାକୁ ରାମପୁର-ସାହସୱାନ୍ ଘାରାନା ପ୍ରତିଷ୍ଠାତା ଭାବରେ ସମ୍ମାନିତ କରାଯାଇଥିଲା।
ଖାନ ତାଙ୍କ ପିତାଙ୍କ ଠାରୁ ମୌଳିକ ଶାସ୍ତ୍ରୀୟ ସଙ୍ଗୀତ ତାଲିମ ପାଇଥିଲେ ଏବଂ ପରେ ତାଙ୍କ ସମ୍ପର୍କୀୟ ଉସ୍ତାଦ୍ ନିସର ହୁସେନ୍ ଖାନଙ୍କ ଅଧୀନରେ ସଙ୍ଗୀତ ଅଧ୍ୟୟନ କରିଥିଲେ। ୧୯୯୧ ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା, ତାପରେ ୨୦୦୬ ରେ ପଦ୍ମଭୂଷଣ ଏବଂ ୨୦୧୮ ରେ ପଦ୍ମବିଭୂଷଣ ପୁରସ୍କାର ପାଇଥିଲେ। ୨୦୦୩ ରେ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହାକି ଅଭ୍ୟାସ କରୁଥିବା କଳାକାରମାନଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ଭାରତୀୟ ମାନ୍ୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ