Masthead

ରାମ ମନ୍ଦିର ପାଣ୍ଠି ସଂଗ୍ରହବେଳେ ହିଂସା,୪୦ଗିରଫ

ନୂଆଦିଲ୍ଲୀ (ବଡ଼ ଖବର): ରବିବାର ଗୁଜୁରାଟର କୁଚ୍ ଠାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ପାଣ୍ଠି ସଂଗ୍ରହ ରାଲିରେ ଘଟିଥିବା ହିଂସାକୁ ନେଇ ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ୪୦ ଜଣଙ୍କୁ ଗିରଫ କରିଛି । ଏହି ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ହତ୍ୟା, ଦଙ୍ଗା, ଅଗ୍ନିକାଣ୍ଡ ଏବଂ ଷଡଯନ୍ତ୍ର ସମେତ ବିଭିନ୍ନ ଅଭିଯୋଗ ଆଧାରରେ ଏହି ଗିରଫଦାରୀ କରାଯାଇଛି।

ପୋଲିସ କହିଛି, ରବିବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଆୟୋଜିତ ରାଲିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ରାଲି ହିନ୍ଦୁ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା କରାଯାଇଥିଲା। ହିଂସାରେ ଆହତ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଏହା କୁହାଯାଇଛି ଯେ ଶୋଭରଯାତ୍ରାକାରୀମାନେ ଉଚ୍ଚ ଧାର୍ମିକ ସ୍ଲୋଗାନ ଦେଇଥିଲେ ଯାହା ଅନ୍ୟ ସମ୍ପ୍ରଦାୟକୁ ଉତ୍ତେଜିତ କରିଥିଲା। କୁଚ (ପୂର୍ବାଞ୍ଚଳ) ଏସପି ମୟୂର ପାଟିଲ କହିଛନ୍ତି ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ସେଲ ପକାଇବାକୁ ପଡିଥିଲା। ସେ କହିଛନ୍ତି ଯେ ହିଂସା ପରେ ଝାଡଖଣ୍ଡର ଜଣେ ଶ୍ରମିକଙ୍କ ମୃତଦେହ ଘଟଣାସ୍ଥଳରୁ ପ୍ରାୟ ୨୦୦ ମିଟର ଦୂରରୁ ମିଳିଥିଲା। ହିଂସା ହେତୁ ତାଙ୍କର ମୃତ୍ୟୁ ହୋଇଛି କି ନାହିଁ ପୋଲିସ ଅନୁସନ୍ଧାନ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼