ଆମେରିକାରେ ଆରମ୍ଭ ହେବ ବାଇଡେନ ଯୁଗ

ଆସନ୍ତାକାଲି ଶପଥ ନେବେ ଜୋ ବାଇଡେନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୦ ଅର୍ଥାତ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି ଆମେରିକାର ନୂଆ ରାଷ୍ଟ୍ରମୁଖ୍ୟ । କରୋନା କାଳରେ ହୋଇଥିବା ନିର୍ବାଚନରେ ବିଜୟ ପରେ ଆସନ୍ତାକାଲି ଶପଥ ନେବେ ପ୍ରେସିଡେଣ୍ଟଣ୍ଟ ଇଲେକ୍ଟ ଜୋ ବାଇଡେନ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୭ ତମ ମୁଖ୍ୟଭାବେ ଆସନ୍ତାକାଲି ଶପଥ ନେବେ ଜୋଶେଫ ରୋବିନେଟ ବାଇଡେନ ଜୁନିୟର । ପୁଣି ଆମେରିକାରେ ଆରମ୍ଭ ହେବ ଡେମୋକ୍ରାଟଙ୍କ ଶାସନ । ତେବେ ଆସନ୍ତାକାଲି ସାରା ବିଶ୍ୱବାସୀଙ୍କ ନଜର ରହିବ ହ୍ୱାଇଟ ହାଉସ ଉପରେ କାରଣ ସେଠାରେ ଚାଲିଥିବା ରାଜନୈତିକ ହିଂସା ମଧ୍ୟରେ ପଦଛାଡିବାକୁ ଅରାଜି ଥିବା ଟ୍ରମ୍ପ ନିଜ ପଦରୁ ଅବସର ନେବେ । ତେବେ ବାଇଡେନଙ୍କ ପାଇଁ ହ୍ୱାଇଟ ହାଉସର ରାସ୍ତା ଏତେ ସହଜ ନଥିଲା ।

ଗୋଟିଏ ପଟେ ଟ୍ରମ୍ପଙ୍କ ବିରୋଧରେ ଦମଦାର ବିଜୟ ହାସଲ କରିଥିଲେ ମଧ୍ୟ ସେ ବିଜୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । କ୍ୟାପିଟାଲ ବିଲ୍ଡିଂ ପରିସରରେ ମଧ୍ୟ ହିଂସା ହୋଇଥିଲା । ତେବେ ଏହାରି ମଧ୍ୟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବା ବେଳେ ସିନେଟର ଭୋଟିଂକୁ ଅପେକ୍ଷା ରହିଥିଲା କିନ୍ତୁ ତାଙ୍କୁ ହ୍ୱାଇଟ ହାଉସରୁ ବିଦା କରାଯାଇନଥିଲା । ଅନ୍ୟପଟେ ଆସନ୍ତାକାଲି ଯେତେବେଳେ ଟ୍ରମ୍ପ ସେଠାରୁ ବଦାୟ ନେବେ ସେ ମୂହୁର୍ତ ମଧ୍ୟ ସାରା ବିଶ୍ୱ ପାଇଁ ଏକ ଅବିସ୍ମରଣୀହୋଇ ରହିବ । ସବୁଠାରୁ ବଡ କଥା ଅନେକ ଥର ପ୍ରେସିଡେନସିଆଲ କ୍ୟାଣ୍ଡିଡେଟ ହୋଇ ମଧ୍ୟ ବାଇଡେନ ମିଷ୍ଟର ପ୍ରେସିଡେଣ୍ଟ ଡାକ ଶୁଣିପାରୁନଥିଲେ । ଆସନ୍ତାକାଲିଠାରୁ ସେ ଏହି ପଦ ମଣ୍ଡନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’