Masthead

ଇତିହାସ ରଚିଲେ କମଳା

ଆମେରିକା(ବଡ଼ ଖବର): କମଳା ହାରିସ । ବିଶ୍ୱରେ ଇତିହାସ ରଚିବାକୁ ଯାଉଛନ୍ତି ୫୬ ବର୍ଷୀୟା ଏହି କୃଷ୍ଣକାୟ ମହିଳା । ଆମେରିକା ରାଜନୀତିରେ ସର୍ବୋଚ୍ଚ ସ୍ତରରେ କେବଳ ଶ୍ୱେତାଙ୍ଗ ପୁରୁଷମାନଙ୍କର ଦବଦବା ରହି ଆସିଛି । ଶହଶହ ବର୍ଷ ଧରି ପ୍ରଚଳିତ ଧାରାକୁ ଭଙ୍ଗ କରି କମଳା ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କମଳା ହାରିସ କାଲିଫର୍ଣ୍ଣିଆର ସିନେଟ ସଦସ୍ୟା । ଭାରତୀୟ ବଂଶୋଦ୍ଭବ କମଳା ସମସ୍ତଙ୍କୁ ଚକିତ କରି ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ଦେଶ ଆମେରିକାର ଉପରାଷ୍ଟ୍ରପତି ହେବା କିଛି ସାମାନ୍ୟ ନୁହେଁ । ଜମାୟିକାର ବାପା ଏବଂ ଭାରତୀୟ ମାଆଙ୍କ ଝିଅ ହେଉଛନ୍ତି କମଳା । ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ସେ ଅଦାଲତର ଓକିଲ ଭାବେ ମନୋନୀତ ହୋଇଥିଲେ । ତାଙ୍କ ବ୍ୟକ୍ତିତ୍ୱ ଓ ପ୍ରଚାର ସମୟରେ ଶାଣିତ ସ୍ୱର କମଳାଙ୍କୁ ଜଣେ ଦକ୍ଷ ଡେମୋକ୍ରାଟିକ ଷ୍ଟାରର ପରିଚୟ ଦେଇଥିଲା । ଆମେରିକିୟ ଲୋକଙ୍କ ଆଗରେ ହାରିସଙ୍କୁ ଉପରାଷ୍ଟ୍ରପତି ରୂପେ ଉପସ୍ଥାପିତ କରିବା ଓ ପରବର୍ତ୍ତି ସମୟରେ ସେ କରିଥିବା ନିବେଦନରେ ନିହାତି ବ୍ୟକ୍ତିଗତ ଭାବ ରହିଥିଲା । ହାରିସଙ୍କ ମାଆ ଶାମଳା ଗୋପାଳନଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା ସେ ବର୍କୋଲେରେ ପହଞ୍ଚିିଥିଲେ । ତକ୍ରାଳିନ ସମୟରେ ସେଠାରେ ଲାଗିରହିଥିଲା ବିଭିନ୍ନ ନାଗରିକ ଅଧିକରୀ କାର୍ଯ୍ୟକ୍ରମ ।

ସେଠାରେ ହିଁ ଜାମାୟିକାଙ୍କର ଅର୍ଥଶାସ୍ତ୍ରରେ ପ୍ରବିଣ ଛାତ୍ର ଡୋନାଲ୍ଡ ହାରିସଙ୍କ ସହ ଶାମଳାଙ୍କର ସାକ୍ଷାତ ହୋଇଥିଲା । ପ୍ରଥମ ସାକ୍ଷାତରେ ଶାମଳା ଓ ଡେନୋଲ୍ଡ ପରସ୍ପରକୁ ଭଲ ପାଇ ବସିଥିଲେ । ଏହି ଭଲ ପାଇବା ବିବାହରେ ରୂପାନ୍ତରିତ ହୋଇଥିଲା । ଡୋନାଲ୍ଡ ଓ ଶାମଳାଙ୍କା ୨ ଝିଅ, ଜଣେ କମଳା ଅନ୍ୟ ଜଣେ ମାୟା । ବଡ ବଡ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲାବେଳେ ଡୋନାଲ୍ଡ କେବେହେଲେ ମଦର ଇଣ୍ଡିଆ ବିଷୟରେ କହିବାକୁ ଭୁଲନ୍ତି ନାହିଁ । ଆମେରିକା ନିର୍ବାଚନରେ ଟ୍ରମ୍ପ , ପେନ୍ସ , ବାଇଡେନଙ୍କ ମଧ୍ୟରେ ହାରିସ ବୟସରେ ସବୁଠାରୁ କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ