Masthead

କଂଗ୍ରେସର ସିଡ଼ବ୍ଲୁସି ବୈଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତୀୟ ଜାତୀୟ କଂଗ୍ରେସର ସିଡ଼ବ୍ଲୁସି ବୈଠକ ବସିଛି । ଏଥିରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ସିଡ଼ବ୍ଲୁସିର ଏହି ଭିଡ଼ିଓ କନଫେରେନ୍ସିଂ ବୈଠକରେ ସକାଳ ୧୦ ଟା ୩୦ରେ ଆରମ୍ଭ ହୋଇଛି । ବୈଠକରେ ନୂଆ ଅଧ୍ୟକ୍ଷ ନିର୍ବାଚନ ସହ କୃଷକ ଆନ୍ଦୋଳନ ଓ କିଛି ଅନ୍ୟପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ଅଧ୍ୟକ୍ଷ ନିର୍ବାଚନକୁ ସବୁଜ ସଙ୍କେତ ମିଳିବ ବୋଲି ଆଶା କରାଯିବା ସହ ତାରିଖ ମଧ୍ୟ ଘୋଷଣା ହୋଇପାରେ । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଅନ୍ୟ କିଛି ରାଜ୍ୟର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର ସାମ୍ନା କରିଛି । ଏହାପରେ ଗୁଲାମ ନବୀ ଆଜାଦ ଓ କପିଲ ସିବଲଙ୍କ ଭଳି କିଛି ନେତା ଦଳରେ ସକ୍ରିୟ ଅଧ୍ୟକ୍ଷ ନିଯୁକ୍ତି ନେଇ ଦାବି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ