Masthead

ନୋବିତା -ସିଜୁକାର ବାହାଘର

‘ଡୋରେମନ’ ଭାରତର ସବୁଠୁ ଲୋକପ୍ରିୟ କାର୍ଟୁନ୍‌ ସୋ । ଯାହାକୁ ଛୋଟପିଲାମାନେ ଦେଖିବା ପାଇଁ ବହୁତ ଭଲପାଆନ୍ତି । କାର୍ଟୁନ ସୋ ଗୁଡ଼ିକ ମଧ୍ୟରେ ଏହା ଟ୍ରେଣ୍ଡିଂରେ ରହିଥାଏ ।  ଡୋରେମନ୍‌, ନୋବିତା‌, ସିଜୁକା, ଜିଆନ୍‌ ଓ ସୁନିଓ ଏହି କାର୍ଟୁନ ସୋ ର ଲିଡ଼ କ୍ୟାରେକ୍ଟର ଅଛନ୍ତି । ସିରିୟଲରେ ପିଲାମାନେ ଯେତିକି ଡୋରେମନକୁ ପସନ୍ଦ କରିଥାନ୍ତି, ସେତିକି ନୋବିତା ଓ ତା ସାଙ୍ଗ ସିଜୁକା, ଜିଆନ୍‌ ଓ ସୁନିଓକୁ ମଧ୍ୟ ଭଲ ପାଆନ୍ତି। ନୋବିତା ସବୁବେଳେ ସିଜୁକାକୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରୁଥାଏ। ଅନେକ ଥର ସେମାନଙ୍କ ମଧ୍ୟରେ ଝଗଡ଼ା ବି ହୁଏ। କିନ୍ତୁ ଡୋରେମନ, ସିଜୁକା ଓ ନୋବିତା ସବୁବେଳେ ସାଙ୍ଗ ହୋଇ ରହିଥାନ୍ତି। କିନ୍ତୁ ଏବେ କାହାଣୀକୁ ଆଗକୁ ବଢ଼ାଇବା ପାଇଁ ମେକର୍ସମାନେ ଭାବିଛନ୍ତି । ଖୁବଶୀଘ୍ର ଡୋରେମନର ଆଗାମୀ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଯେଉଁଥିରେ ନୋବିତା ଓ ସିଜୁକା ପରସ୍ପରକୁ ବିବାହ କରିବେ ।

୨୦୧୪ରେ ରିଲିଜ ହୋଇଥିବା ଫିଲ୍ମର ଏହା ସିକ୍ୱେଲ। ଏହି ଫିଲ୍ମର ନାଁ ରହିଛି ‘stand by me doreman part-2’ । ପ୍ରଥମ ପାର୍ଟରେ ନୋବିତା ଓ ଡୋରେମନ୍‌ର ପ୍ରଥମ ସାକ୍ଷାତ ଓ ତାଙ୍କ ଆଡଭେଞ୍ଚର ବିଷୟରେ ଥିବା ବେଳେ ଦ୍ୱିତୀୟ ପାର୍ଟରେ ନୋବିତା ଓ ସିଜୁକାଙ୍କ ବିବାହ ଦେଖିବାକୁ ମିଳିବ। ଜାପାନରେ ଏହି ଫିଲ୍ମ ନଭେମ୍ବର ୨୦୨୦ରେ ରିଲିଜ ହୋଇସାରିଛି। ଫେବ୍ରୁଆରୀ ୨୦୨୧ରେ ଏହାକୁ ଇଣ୍ଡୋନେସିଆରେ ରିଲିଜ୍‌ କରାଯିବ। ସିବିଆଇ ପିକଚର୍ସ ତରଫରୁ ଏନେଇ ଟ୍ଵିଟରରେ ସୂଚନା ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ନୋବିତା ଓ ସିଜୁକାଙ୍କ ବିବାହ ଟ୍ରେଣ୍ଡ ହେଉଛି। ଏହି କାର୍ଟୁନ୍‌ ଚରିତ୍ରକୁ ପସନ୍ଦ କରୁଥିବା କୋଟି କୋଟି ଫ୍ୟାନ ସୋସିଆଲ ମିଡିଆରେ ଟ୍ଵିଟ୍‌ କରି ନିଜ ଇମୋସନ୍‌ ସେୟାର କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ