Masthead

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ପୁରା ଦେଶ ପାଳୁଛି ଆଜି ପରକ୍ରମର ଦିବସ । ନେତାଜୀଙ୍କ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଆଜିବି ଚିରସ୍ମରଣୀୟ । ଅନ୍ୟାୟ ବିରୋଧରେ ଲଢେଇ କରିବା, ଦେଶକୁ ଇଂରେଜ କବଳରୁ ମୁକ୍ତ କରିବାରେ ତାଙ୍କର ନାମ ଥିଲା ସର୍ବୋଚ୍ଚରେ ।

ତାଙ୍କର ସେହି ଆହ୍ୱାନ ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି’ ଆଜିବି ସମସ୍ତଙ୍କ ରକ୍ତକୁ ତତେଇ ଦିଏ । ଦେଶ ପ୍ରତି ବଳିଦାନ ଆଜି ବି ଇତିହାସରେ ଲିପିବଦ୍ଧ। ୧୯୪୩ ଅକ୍ଟୋବର ୨୧ରେ ସେ ଗଠନ କରିଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମୀ, ଭାରତ ଆଜାଦ ହିନ୍ଦ ଫୌଜ। ରଙ୍ଗୁନ୍‌ ଦେଇ ୧୯୪୪ ମାର୍ଚ୍ଚ ୧୮ରେ ଭାରତ ମାଟିରେ ପ୍ରବେଶ କରିଥିଲା ତାଙ୍କ ଫୌଜ। ତାଙ୍କ ସେନା ଯୁଦ୍ଧା ହାରିଥିଲା କିନ୍ତୁ ଯେଉଁ ରକ୍ତ ବୋହିଥିଲା ସେଥିରୁ ଇଂରେଜ ବିରୋଧୀ ଲଢେଇକୁ ଅଧିକ ବଳ ଦେଇଥିଲା ।

ଏହି ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ । ୧୮୯୭ ଜାନୁଆରି ୨୩ ରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ । ପିତା ଜାନକୀନାଥ ବୋଷ, ମାତା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ଶୈଶବ ଓ କିଶୋର ବୟସ କଟିଛି। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ ସୁଭାଷ ବୋଷ। ସେବେଠୁ ସ୍ୱାଧୀନତା ଲଢେଇରେ ସାମିଲ ହୋଇଥିଲେ ବୋଷ । ପରବର୍ତ୍ତି ସମୟରେ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ପ୍ରସଙ୍ଗରେ ମତଭେଦ ହୋଇଥିଲା। ସ୍ୱାଧୀନତା ହାସଲ ପାଇଁ ନିଜସ୍ୱ ଉଦ୍ୟମ ଆରମ୍ଭ କରିଥିଲେ।

ଭାରତର ସ୍ୱତନ୍ତ୍ରତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀଙ୍କ ମଧ୍ୟରେ ସେ ଜଣେ। ଏଥର ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୩ ଜାନୁଆରିରେ ପରାକ୍ରମ ଦିବସ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମ ପାଇଁ ସେ ସର୍ବଦା ସ୍ମରଣୀୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି