Masthead

‘ଜୟ ଶ୍ରୀରାମ’ ଶୁଣି ଚିଡିଲେ ଦିଦି

କୋଲକାତା(ବଡ଼ ଖବର ବ୍ୟୁରୋ) : ଆଜି କୋଲକାତାର ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମୋରୋହରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିବା ପାଇଁ ଆମନ୍ତ୍ରିତ ହେବା ବେଳକୁ ସେଠାରେ ଉପସ୍ଥିତ ଲୋକେ ଜୟ ଶ୍ରୀରାମ୍ ସ୍ଳୋଗାନ୍ ଦେଇଥିଲେ । ଯାହାକୁନେଇ ଦିଦି ରାଗି ଖପ୍ପା ହୋଇଯାଇଛନ୍ତି ଏବଂ ଭାଷଣ ଦେବାକୁ ମନାକରିଦେଇଛନ୍ତି । ସୂଚନା ଅନୁଯାୟୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଭିକ୍ୱୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଦି-ମୋଦି ଏକାଠି ହୋଇଥିଲେ । ଦିଦି ଉପସ୍ଥିତ ଜନତାଙ୍କୁ ସମ୍ୱୋଧିତ କରିବା ପାଇଁ ଆମନ୍ତ୍ରିତ ହେବା ବେଳକୁ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀରାମ୍ ସ୍ଳୋଗାନ୍ ଦେଇଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଦିଦି କହିଥିଲେ ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଯେଉଁମାନେ ଏଠାକୁ ଆମନ୍ତ୍ରିତ ହୋଇ ଆସୁଛନ୍ତି, ସେମାନେ ଏହାର ଗାରିମା ରକ୍ଷା କରିବା ଉଚିତ । ଏହାଛଡା ଜଣକୁ ଅତିଥିଭାବେ ଆମନ୍ତ୍ରିତ କରି ତାକୁ ଅପମାନିତ କରିବା ଅନୁଚିତ କହି ମଞ୍ଚରୁ ଉଠି ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି