Masthead

ପୁଣି ଫ୍ରାନ୍ସରୁ ଭାରତକୁ ଉଡ଼ାଣ ଭରିଲା ରାଫେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ବାୟୂସେନାକୁ ଅଧିକ ମଜବୁତ ଓ ଦକ୍ଷ କରିବା ପାଇଁ ଭାରତ ସରକାର ଲାଗି ପଡ଼ିଛନ୍ତି । ପଡୋଶୀ ଦେଶ ଶତ୍ରୃତା ଆଚରଣ କରୁଥିବାରୁ ବାୟୂସେନା ଶଶକ୍ତ ହେବାର ଜରୁରୀ ହୋଇ ପଡ଼ିଛି । ୨୦୧୬ରେ ଏନଡିଏ ସରକାର ଫ୍ରାନ୍ସରୁ ୩୬ଟି ଫାଇଟର ଜେଟ୍ ‘ରାଫେଲ’ କିଣିବା ପାଇଁ ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତି କରିଥିଲେ । ଏଥିପାଇଁ ୬୦ହଜାର କୋଟି ଟଙ୍କାର ଚୁକ୍ତି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ହୋଇଛି । ୨୦୨୨ ଜୁନ୍ ସୁଦ୍ଧା ବିଶ୍ୱର ସବୁଠାରୁ ଭୟଙ୍କର ଲଢ଼ୁଆ ବିମାନ ରାଫେଲ ଫ୍ରାନ୍ସରୁ ଭାରତକୁ ଆସିବ ।
୨୦୨୧ ଜୁଲାଇ ୨୯ରେ ପ୍ରଥମେ ୫ଟି ରାଫେଲ ଫ୍ରାନ୍ସରୁ ଭାରତକୁ ଉଡ଼ାଣ ଭରିଥିଲା । ୮ହଜାର କିଲୋମିଟରକୁ ଏହି ଲଢ଼ୁଆ ଫାଇଟର ମାତ୍ର ୭ଘଣ୍ଟାରେ ଅତିକ୍ରମ କରି ଭାରତର ଅମ୍ବଲ ଏୟାରବେଶରେ ପହଞ୍ଚିଥିଲା । ସେହିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଆକାଶ ବାହିନୀ ପକ୍ଷରୁ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଲଢ଼ୁଆ ବିମାନ ଆସିବା ବେଳେ ମଝି ଆକାଶରେ ଆବୁଧାବିରୁ ଇନ୍ଧନ ଭରିଥିଲା ।
ଦ୍ୱିତୀୟ ଦଫାରେ ଆସିଥିଲା ଆଉ ୩ଟି ରାଫେଲ । କୌଣସି ଜାଗାରେ ନ ଅଟକି ରାଫେଲ ଫ୍ରାନ୍ସରୁ ନଭେମ୍ବର ୪ରେ ଭାରତରେ ପହଞ୍ଚିଥିଲା । ବୁଧବାର ତୃତୀୟ ଦଫାରେ ଆସୁଛି ଆଉ ତିନୋଟି ରାଫେଲ । ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୟୁଏଇ ଏୟାରଫୋର୍ସ ବେସରୁ ଏହି ଲଢ଼ୁଆ ବିମାନ ମଝି ଆକାଶରେ ଇନ୍ଧନ ଭରିଛି । ଏହି ରାଫେଲ ପହଞ୍ଚିବା ପରେ ଭାରତ ପାଖରେ ସମୁଦାୟ ୧୧ଟି ରାଫେଲ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ