ନନ୍ଦନକାନନକୁ ଆସିବେ ନୂଆ ଜୀବଜନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ଜୀବଜନ୍ତୁ ଆଣିବା ପାଇଁ ମିଜୋରାମ ଗସ୍ତକଲେ ନନ୍ଦନକାନନରୁ ୬ ଜଣିଆ ଟିମ । ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ପୁଣି ଆସିବ ନୂଆ ଜୀବଜନ୍ତୁ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିରଳ ଜୀବଜନ୍ତୁ ଅଣାଯିବା ପାଇଁ କତୃପକ୍ଷ ଯୋଜନା ରଖିଥିବା ବେଳେ, ନୂତନ ଜୀବଜନ୍ତୁ ଅଣାଯିବା ପାଇଁ ସେଣ୍ଟ୍ରାଲ ଯୁ ଅଥରିଟିଙ୍କ ଗ୍ରୀନ ସିଗନାଲ ମିଳିଛି । ମିଜୋରାମର ଆଇଜଲ ଚିଡିଆଖାନାରୁ ଆସିବେ ୬ଟି ବିରଳ ପ୍ରଜାତିର ୨୨ଟି ଜୀବଜନ୍ତୁ ।

ଏକ ଯୋଡ଼ା ହିମାଳୟ ଭାଲୁ, ଏକ ଯୋଡ଼ା ଜଙ୍ଗଲି ବଳିଆ କୁକୁର, ଆସାମିଜ ଧୂସର କଇଁଛ ତିନି ଯୋଡା, ଆସାମିଜ ମାକାଓ ପକ୍ଷୀ ଏକ ଯୋଡ଼ା, ଆସାମିଜ ସରୁ ଲାଞ୍ଜଯୁକ୍ତ ମାକାଓ ପକ୍ଷୀ ତିନି ଯୋଡ଼ା, ବିରଳ ପ୍ରଜାତିର ନାଲି ମୟୁର ଦୁଇ ଯୋଡ଼ା ଅଣାଯିବ । ଏ ନେଇ ଆଜି ନନ୍ଦନକାନନରୁ ଏକ ୬ ଜଣିଆ ଟିମ ମିଜୋରାମ ଗସ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ