Masthead

ବିଶ୍ୱକୁ ମାହାତ୍ମା ଗାନ୍ଧୀଙ୍କ ବଡ଼ ଅବଦାନ କ’ଣ ଜାଣନ୍ତି ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାହାତ୍ମା ଗାନ୍ଧୀ । ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ପ୍ରତିଟି ଭାରତୀୟଙ୍କ ଆଦରର ବାପୁ । ଜାତିର ଜନକ ମାହାତ୍ମା ଗାନ୍ଧୀଙ୍କ ଆଜି ତିରୋଧାନ ଦିବସ । ଅହିଂସାର ପୂଜାରୀ ମାହାତ୍ମା ଗାନ୍ଧୀ ପ୍ରାର୍ଥନା ସଭାକୁ ଯିବାବେଳେ ଆତତାୟୀର ଗୁଳିରେ ଟଳି ପଡ଼ିଥିଲେ । ଭାରତ ପାଇଁ ତାଙ୍କର ବଳିଷ୍ଠ ଅବଦାନକୁ ଚିରଦିନ ମନେରଖିବା ପାଇଁ ପାଳନ କରାଯାଉଛି ସହିଦ ଦିବସ ।

୧୮୬୯ ଅକ୍ଟୋବର ୨ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ମୋହନ ଦାସ । ଶ୍ରୀମଦ ଭଗବତ ଗୀତା, ବାଇବେଲ, କୋରାନ ପ୍ରଭୃତି ଧର୍ମ ଗ୍ରନ୍ଥର ମହତ ବାଣୀ ପିଲାବେଳୁ ତାଙ୍କୁ ପ୍ରଭାବିତ କରିଥିଲା । ୧୩ ବର୍ଷ ବୟସରେ ସେ କସ୍ତୁର ବାଙ୍କୁ ବିବାହ କରିଥିଲେ । ଲଣ୍ଡନରେ ଓକିଲାତି ପଢି ୧୮୯୧ରେ ଭାରତ ଫେରି ଆରମ୍ଭ କରିଥିଲେ କର୍ମମୟ ଜୀବନ । କିନ୍ତୁ ୧୮୯୩ ଠାରୁ ମୋହନ ଦାସଙ୍କୁ ଚିହ୍ନିଲା ବିଶ୍ୱ ।

ଚୁକ୍ତିଭିତ୍ତିକ ଆଇନଗତ କାର୍ଯ୍ୟ ପାଇଁ ୧୮୯୩ରେ ମୋହନ ଦାସ ଯାଇଥିଲେ ଦକ୍ଷିଣ ଆଫ୍ରିକା । ସେଠାରେ ବର୍ଣ୍ଣ ବୈଷମ୍ୟ ବିରୋଧରେWhy Mahatma Gandhi said Kasturba stood above him - India News ସେ ଆରମ୍ଭ କରିଥିଲେ ଲଢେଇ । ଏହି ଲଢେଇରେ ଦରକାର ପଡ଼ି ନଥିଲା ଅସ୍ତ୍ରଶସ୍ତ୍ର । ଅହିଂସା ମାର୍ଗରେ ଦୀର୍ଘ ୨୧ ବର୍ଷ ଧରି ଚାଲିଥିଲା ତାଙ୍କ ଲଢେଇ । ଯୁଦ୍ଧ ସେ ହିଁ ଜିତିଥିଲେ ।

Ten reasons why Mahatma Gandhi still matters - bloc୧୯୧୫ ମସିହାରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ସ୍ୱଦେଶ ଫେରିଥିଲେ । ମାତ୍ର ୧୫ ବର୍ଷ ଭିତରେ ଭାରତୀୟ ଜାତୀୟ ମୁକ୍ତି ଆନ୍ଦୋଳନର ସେ ହିଁ ହୋଇପାରିଥିଲେ କର୍ଣ୍ଣଧାର । ତାଙ୍କ ଅହିଂସା ଆନ୍ଦୋଳନ ‘ସତ୍ୟାଗ୍ରହ’ ଇଂରେଜ ସରକାରର ପଥର ହୃଦୟକୁ ତରଳାଇ ଦେଇଥିଲା । ୧୯୪୭ ଅଗଷ୍ଟ ୧୫ ରେ ବ୍ରିଟିଶ ପତାକା ଅପଶରି ଫରଫର ହୋଇ ଉଡ଼ିଥିଲା ତ୍ରିରଙ୍ଗା ।

Satyagraha - Wikipediaଦୀର୍ଘ ୩୦୦ ବର୍ଷ ପରାଧୀନ ଭାରତ ସ୍ୱାଧୀନ ହେଲା । ଦେଶବାସୀ ସ୍ୱାଧୀନତାର ପ୍ରକୃତ ସ୍ୱାଦ ଚାଖିବା ପୂର୍ବରୁ ଘୋଟି ଆସିଲା କଳା ବାଦଲ । ୧୯୪୮ ଜନୁଆରୀ ୩୦ରେ ନାଥୁରାମ ଗଡ଼ସେଙ୍କ ଗୁଳିରେ ଚିରଦିନ ପାଇଁ ଆଖି ବୁଜିଦେଲେ ମହାପୁରୁଷ ମାହାତ୍ମା ଗାନ୍ଧୀ ।

ସମଗ୍ର ବିଶ୍ୱ ଦେଖିଲା ଅହିଂସାର ପରାକ୍ରମ । ମହାତ୍ମାଙ୍କ ସତ୍ୟାଗ୍ରହର ତାକତ ବନ୍ଧୁକ ଓ କମାଣଠାରୁ ଆହୁରି ଶକ୍ତିଶାଳୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି