Masthead

ପୁଣି ଫେରିଲା ସିଏଏ ପ୍ରସଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର): ପୁଣି ଫେରିଛି ସିଏଏ ପ୍ରସଙ୍ଗ । ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବାର ସମୟସୀମାକୁ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ସିଏଏ ନିୟମ ପ୍ରସ୍ତୁତି ପ୍ରକ୍ରିୟା ଏବେବି ଜାରି ରହିଛି । ସେଥିପାଇଁ ଏହି ସମୟସୀମାକୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହୋଇଥିଲା । ପରେ ଏହା ଆଇନରେ ପରିଣତ ହୋଇଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ବଡ଼ ଧରଣର ପ୍ରତିବାଦ ମଧ୍ୟ କରାଯାଇଥିଲା । ଏହା ଭିତରେ ଏହି ଆଇନ କେମିତି କାର୍ଯ୍ୟକାରୀ ହେବ, ଏହାର ନିୟମ ସବୁ କ’ଣ ରହିବ ସେ ନେଇ କୌଣସ ବିଧିବଦ୍ଧ ସୂଚନା ଦିଆଯାଇନଥିଲା । ତେବେ ଗତକାଲି ସଂସଦରେ ଗୃହରାଷ୍ଟ୍ର ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ୨୦୧୯, ଡିସେମ୍ବର ୧୨ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ୨୦୨୦ ଜାନୁଆରୀ ୧୦ରେ ଏହା ଲାଗୁ କରାଯାଇଥିଲା । ତେବେ ଏହି ଆଇନକୁ ନେଇ ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼