Masthead

ଆଜି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ୪ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହେବ। ଫଳାଫଳ କେବଳ ଦେଶର ରାଜନୈତିକ ଦୃଷ୍ଟିକୋଣ ପାଇଁ ନୁହେଁ ବରଂ ରାଜ୍ୟର ଅନେକ ଶକ୍ତିଶାଳୀ କ୍ଷେତ୍ର ବିଶେଷକରି ବିଜେପି ନେତାଙ୍କ ପାଇଁ ମଧ୍ୟ ଏକ ନିର୍ଣ୍ଣାୟକ ମୋଡ଼ ଆଣିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଦଶନ୍ଧି ଧରି ସଂପୃକ୍ତ ରାଜ୍ୟର ରାଜନୀତି ଏହି ନେତାମାନଙ୍କୁ ଘେରିଛି। ବିଜେପି ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଇଁ ଏହା ଅଧିକ ଚ୍ୟାଲେଞ୍ଜିଂ।

ତାଙ୍କୁ ନେତା ଭାବରେ ବହିଷ୍କାର କରିବା ପାଇଁ କଂଗ୍ରେସ ତଥା ତାଙ୍କ ଦଳ ଭିତରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ତେବେ ଶିବରାଜ ତାଙ୍କ ସରକାରଙ୍କ କଲ୍ୟାଣ ଯୋଜନା ଉପରେ ଆତ୍ମବିଶ୍ୱାସ ପ୍ରକାଶ କରୁଛନ୍ତି। ଏଥର ବିଜେପି ଶିବରାଜଙ୍କ ନାମକୁ ମୁଖ୍ୟମନ୍ତ୍ରୀ ରୂପେ ଆଗକୁ ବଢ଼ାଇବ ନାହିଁ ଏବଂ ଦଳରେ ସାମୂହିକ ନେତୃତ୍ୱର ବାର୍ତ୍ତା ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକ ଆଞ୍ଚଳିକ ଷ୍ଟାଲଓ୍ବାର୍ଟ ନିର୍ବାଚନର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ସେପଟେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ବା ପୂର୍ବ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ସଭେ ଆକଳନକୁ ନଜର କଲେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଗୋଟିଏ ପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କମଳ ନାଥ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଥିବା ବେଳେ କ୍ଷମତାରେ ଥିବା ବିଜେପି ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବିଜେପି ପୁଣିଥରେ କ୍ଷମତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ