Masthead

ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ନେଇ ତାଜୁବ କରିବା ଭଳି ତଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ଏକ ମୌଳିକ ସୁବିଧା । ଚିକିତ୍ସା ସୁବିଧା ପାଇବା ସମସ୍ତଙ୍କ ଅଧିକାର । କିନ୍ତୁ ଭାରତରେ ସ୍ୱାସ୍ଥ୍ୟ ସେବା ସାଂଘାତିକ ଅସୁସ୍ଥ । ଦେଶରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଖରାପ, ତାହା ସମସ୍ତଙ୍କୁ ଜଣା । କିନ୍ତୁ ଏତେ ଖରାପ ଯେ, ଜାଣିଲେ ଆପଣ ଚିନ୍ତିତ ହୋଇଯିବେ । ବିଶେଷକରି, ଦେଶର ସ୍ୱାସ୍ଥ୍ୟ ସେବାର ଖରାପ ଗୁଣବତା ପାଇଁ ହେଉଥିବା ମୃତ୍ୟୁର ସଂଖ୍ୟା ଆପଣଙ୍କୁ ହତଚକିତ କରିଦେବ । ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସ୍ୱାସ୍ଥ୍ୟ ସଂପର୍କରେ ପ୍ରକାଶ ପାଇଥିବା ରିପୋର୍ଟ ସଂପର୍କରେ ଆମେ ଆପଣଙ୍କୁ ସୂଚନା ଦେବୁ । ଏହି ରିପୋର୍ଟରେ ୨୦୧୮ ମସିହାର ପରିସଂଖ୍ୟନ ଉଲ୍ଲେଖ ରହିଛି । ଏହି ରିପୋର୍ଟ ଅନୁସାରେ, ଦେଶରେ ସ୍ୱାସ୍ଥ୍ୟ ସେବା ନ ପାଇ ଯେତିକି ଜଣଙ୍କ ଜୀବନ ଯାଏ, ଖରାପ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ପ୍ରାୟ ଦିଗୁଣା ଲୋକ ମୃତ୍ୟୁମୁଖରେ ପଡନ୍ତି ।

କେବଳ ବର୍ଷ ୨୦୧୮ରେ ଚିକିତ୍ସା ସୁବିଧା ନ ପାଇ ୮ ଲକ୍ଷ ୩୮ ହଜାର ୪୭୩ ଦେଶବାସୀଙ୍କ ଜୀବନ ଯାଇଛି । ସବୁଠୁ ବିଡମ୍ବନାର କଥା ହେଲା, ଖରାପ ମାନର ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଦିଗୁଣା ଲୋକଙ୍କ ଜୀବନ ଯାଇଛି । ପ୍ରାୟ ୧୬ ଲକ୍ଷ ରୋଗୀ ଆଖି ବୁଜିଛନ୍ତି । ପ୍ରତି ଲକ୍ଷରେ ଏହି ମୃତ୍ୟୁ ସଂଖ୍ୟା ୧୧୯ରୁ ୨୦୮ । ତୁଳନାତ୍ମକ ଭାବେ ପଡୋଶୀ ଦେଶରେ ଏହି ସ୍ଥିତି ଆମଠାରୁ ଉନ୍ନତ ରହିଛି ।
ଶିଶୁ ମୃତ୍ୟୁକୁ ନେଇ ଏହି ରିପୋର୍ଟରେ ବି ଉଦବେଗଜନକ ତଥ୍ୟ ରହିଛି । ନବଜାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଘରୋଇ ହସ୍ପିଟାଲରେ ଜନ୍ମ ହେଉଥିବା ୧୦୦ ଛୁଆଙ୍କୁ ମଧ୍ୟରୁ ପ୍ରୟା ୪ ଜଣ ଜନ୍ମ ହେଉ ହେଉ ଆଖି ବୁଜିଦିଅନ୍ତି । ସରକାରୀ ହସ୍ପିଟାଲରେ ଏହି ସଂଖ୍ୟା ୦.୬୧ ପ୍ରତିଶତ ରହିଛି । ଏହା ବାଦ୍ ଆଉ ଏକ ଦିଗ ଉପରେ ବହି ଏଥିରେ ତଥ୍ୟ ରହିଛି ।
ଚିକିତ୍ସା ପାଇବା ପରେ, ଟଙ୍କା ଖର୍ଚ୍ଚ ପରେ ବି ରୋଗ ଯାଉନି । ସମାନ ରୋଗ ପାଇଁ ପୁଣି ଥରେ ହସ୍ପିଟାଲ ଯିବାକୁ ହେଉଛି । ପାଣି ପରି ଟଙ୍କା ଖର୍ଚ୍ଚ କରିବାକୁ ହେଉଛି । ଏଠାରେ ବର୍ଷ ୨୦୧୯ର କଥା କୁହାଯାଇଛି ।

ଘରୋଇ ହସ୍ପିଟାଲରେ ପୁନଭର୍ତି ହାର ୭୦ ପ୍ରତଶତ ରହିଛି । ସରକାରୀ ହସ୍ପିଟାଲରେ ଏହା ୬୪ ପ୍ରତିଶତ । ପ୍ରଥମେ ଭର୍ତି ହେବା ପରେ ହାରାହାରି ସଢେ ୬ ଦିନ ଓ ପୁନଃଭର୍ତି ପରେ ପୁଣି ହାରାହାରି ସାଢେ ୭ ଦିନ ହସ୍ପିଟାଲରେ ରୋଗୀକୁ ରହିବାକୁ ହେଉଛି ।ରୋଗୀଙ୍କଠାରୁ ଘରୋଇ ହସ୍ପିଟାଲ ଗୁଡିକରୁ କିଭଳି ଟଙ୍କା ଲୁଟାଯାଏ ତାହା କାହାକୁ ଅଛପା ନାହିଁ । ତେବେ ଟଙ୍କା ତ ନିଆଯାଏ, ସେହି ମାନର ଚିକିତ୍ସା ସେବା କିନ୍ତୁ ମିଳୁନାହିଁ । ସେଥିପାଇଁ ତ ଦେଶରେ ଚିକିତ୍ସା ନ ପାଇ ଯେତିକି ଜୀବନ ଯାଉଛି, ଖରାପ ଚିକିତ୍ସା ପାଇଁ ତାହାର ଦିଗୁଣା ଲୋକଙ୍କ ମୃତ୍ୟୁ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ