Masthead

ଆଜି ଚକା ଜାମ ଆନ୍ଦୋଳନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଚକା ଜାମ । ନୂଆ କୃଷି ଆଇନକୁ ବିରୋଧ କରି ୩ ଘଂଟିଆ ଚକାଜାମର ଡାକରା ଦେଇଛି କୃଷକ ସଂଗଠନ । ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମ ଆନ୍ଦୋଳନ କରାଯିବ । ଜାତୀୟ ଓ ରାଜ୍ୟ ରାଜପଥରେ ମଧ୍ୟ ଚକାଜାମ ହେବ ନାହିଁ । ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ କରାଯିବ ନାହିଁ । କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରାୟ ୪ ମାସ ହେଲା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ବାହାରି ନାହିଁ । ବରଂ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି ।

କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଇନ ପ୍ରତ୍ୟାହାର ଜିଦରେ ଅଟଳ ରହିଛନ୍ତି ଚାଷୀ । ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ସମାଧାନର ରାସ୍ତା ବାହାରି ନାହିଁ । ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତି ଚାଷୀ । ଗାଜିପୁରରେ ମଧ୍ୟ ସେମାନେ ଏକଜୁଟ ହୋଇ ରହିଛନ୍ତି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ କରାଯିବ ନାହିଁ ବୋଲି କୃଷକ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି ।

ଚକା ଜାମ ସମୟରେ ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ଆନ୍ଦୋଳନକାରୀଙ୍କୁ ଖାଦ୍ୟପଦାର୍ଥ ଯୋଗାଇବେ । ଅନ୍ୟପଟେ ଏହି ପ୍ରସଙ୍ଗରେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାର ପୋଲିସ ଅଧିକାରୀ କୃଷକ ନେତାଙ୍କ ସହ ଆଲୋଚନା କରିଛନ୍ତି । ସିଙ୍ଘୁ, ଟିକ୍ରି ଓ ଘାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି