Masthead

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ଚାରିଲକ୍ଷ ସହାୟତା

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ରବିବାର ପୂର୍ବାହ୍ନରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବରଫ ଅତଡ଼ା ଖସିବାରୁ ଭୟଙ୍କର ବିପର୍ଯ୍ୟୟ ଦେଖାଦେଇଛି । କୁହାଯାଉଛି ଯେ ଭୟଙ୍କର ହିମସ୍ଖଳନରେ ଧଉଲି ନଦୀ ଜଳବନ୍ଦୀ ହୋଇ ରହିଛି । ଏହା ଚାମୋଲି ଠାରୁ ହରିଦ୍ୱାର ପର୍ଯ୍ୟନ୍ତ ବିପଦକୁ ବଢାଇ ଦେଇଛି । ସୂଚନା ପାଇବା ପରେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ହାଇଆଲର୍ଟ ଜାରିକରିଛି । ଏପର୍ଯ୍ୟନ୍ତ ୧୦ଜଣଙ୍କର ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଟିମ । ଏନେଇ ଆଟିବିପିର ଡିଜି ସୂଚନା ଦେଇଛନ୍ତି ।

ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି । ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି । ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତକରି ବିପର୍ଯ୍ୟୟରେ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏଥି ସହିତ ରାୱତ କହିଛନ୍ତି ଯେ ଯଦି ଆପଣ ପ୍ରଭାବିତ ଅଞ୍ଚଳରେ ଅଟକି ରହିଛନ୍ତି, ଦୟାକରି ବିପର୍ଯ୍ୟୟ ଅପରେସନ୍ କେନ୍ଦ୍ର ନମ୍ବର ୧୦୭୦ କିମ୍ବା ୯୫୫୭୪୪୪୪୮୬ ସହିତ ଯୋଗାଯୋଗ କରନ୍ତୁ । ଦୟାକରି ଘଟଣା ବିଷୟରେ ପୁରୁଣା ଭିଡିଓରୁ ଗୁଜବ ପ୍ରଚାର କରନ୍ତୁ ନାହିଁ । ଆପଣ ସମସ୍ତେ ଧøର୍ଯ୍ୟ ଧରନ୍ତୁ । ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ପୁଣି ସ୍କୁଲରେ ରାଗିଂ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ