Masthead

ଉତ୍ତରାଖଣ୍ଡ ହିମସ୍ଖଳନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଦେଶୀ ରାଷ୍ଟ୍ରମୁଖ୍ୟ

ଉତ୍ତରାଖଣ୍ଡ (ବଡ଼ ଖବର): ଦେବଭୂମିରେ ମହାପ୍ରଳୟ । ପ୍ରକୃତିର କରାଳ ରୂପକୁ ଅନେକ ଥର ନିଜ ଆଖିରେ ଦେଖିଛି ଦେବଭୂମି ଉତ୍ତରାଖଣ୍ଡ । ଦୀର୍ଘ ୭ବର୍ଷ ପରେ ପୁଣି ପ୍ରକୃତିର ତାଣ୍ଡବରେ ଛାରକାର ହୋଇଛି ଉତ୍ତରାଖଣ୍ଡ । ଆଉ ଆଖି ପିଛୁଳାକେ ଧୋଇଯାଇଛି ଅନେକ ଧନଜୀବନ । ରବିବାର ଋଷିଗଙ୍ଗାର ଉପର ମୁଣ୍ଡରେ ହିମ ସ୍ଖଳନ ଯୋଗୁଁ ଦେବଭୂମିରେ ଦେଖିବାକୁ ମିଳିଛି ଜଳ ପ୍ରଳୟ । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାରକାରୀ ଦଳ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି ।

ଏହି ବିପତି ସମୟରେ ଭାରତ ସହ ଛିଡା ହୋଇଛି ସମଗ୍ର ବିଶ୍ୱ । ଆମେରିକା ଠାରୁ ବ୍ରିଟେନ, ନେପାଳ ଓ ପାକିସ୍ତାନର ବିଶ୍ୱ ନେତା ଭାରତ ସହିତ ରହିଥିବା ଟ୍ୱିଟ କରି ଜଣାଇଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିଷ ଜନସନ ଟ୍ୱିଟ କରି କହଛନ୍ତି ଯେ ‘ଉତ୍ତରାଖଣ୍ଡ ରେ ଘଟିଥିବା ପ୍ରଳୟକାରୀ ବନ୍ୟା ପରେ ବ୍ରିଟେନ ଭାରତକୁ ସମସ୍ତ ସହାୟତା ଦେବାକୁ କହିଛି । ଗ୍ଲାସିୟର ଫାଟି ବନ୍ୟାର ସାମ୍ନା କରିଥିବା ପ୍ରତିଟି ଭାରତୀୟ ଓ ଉତ୍ତରାଖଣ୍ଡର ଉଦ୍ଧାରକାରୀ ଦଳ ସହ ମୋର ସମବେଦନା ।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ଆମେରିକା ମଧ୍ୟ ଭାରତରେ ଗ୍ଲାସିଅର ଫାଟିବା ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଗଭୀର ସମବେଦନା ଜଣାଇଛି । ସେପଟେ ପଡୋଶୀ ଦେଶ ନେପାଳ ଓ ପାକିସ୍ତାନ ମଧ୍ୟ ଭାରତ ସହ ଛିଡା ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଭାରତରେ ଜାପାନର ରାଷ୍ଟ୍ରଦୂତ ସତୋଷୀ ସୁଜୁକି ପିଡିତାଙ୍କୁ ସମବେଦନା ଜଣାଇଛନ୍ତି ।

ଉତ୍ତରାଖଣ୍ଡ ସହିତ ଫ୍ରାନ୍ସ ରହିଛି ବୋଲି ମାକ୍ରୋନ ଟ୍ୱିଟରେ ଜଣାଇଛନ୍ତି । ୨୦୧୩ରେ ହୋଇଥିବା ଉତରାଖଣ୍ଡ ମହାପ୍ରଳୟ ପରେ କ୍ଷୟକ୍ଷତିର ଚିହ୍ନ ଏବେବି ଲିଭି ନଥିବା ବେଳେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ସମେତ ସାରାଭାରତ ବର୍ଷକୁ ସ୍ତବ୍ଧ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି