ଆଜି ଭାଲେଣ୍ଟାଇନ ଡେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଭାଲେଣ୍ଟାଇନ ଡେ । ପ୍ରେମ ଦିବସ । ପ୍ରେମର କିଛି ଅଭୁଲା ସ୍ମୃତିକୁ ଚିରଦିନ ସାଉଁଟିବାର ଦିନ । ଆଜିର ଦିନକୁ ମନେଇବା ପାଇଁ ପ୍ରେମିଯୁଗଳ ଅନାଇ ବସିଥାନ୍ତି । ତେବେ କଣ ଏହି ଭାଲେଣ୍ଟାଇନ ଡେ । ଫେବୃଆରୀ ୭ ଗୋଲାପ ଦିବସରୁ ଆରମ୍ଭ ହୁଏ ପ୍ରେମର ମହାପର୍ବ । ତେବେ କାହିିଁକି ଓ କେବେଠାରୁ ପାଳନ ହେଉଛି ଏହି ଭାଲେଟାଂନ ଡେ ଆସନ୍ତୁ ଜାଣିବା ।

ଆମେ ପାଳନ କରୁଥିବା ଭାଲେଣ୍ଟାଇନ ଡେ କୌଣସି ଦିନର ନାଁ ନୁହେଁ । ପ୍ରକୃତରେ ଏହା ଜଣେ ପାଦ୍ରିଙ୍କ ନାଁ । ୨୭୦ ଖିଷ୍ଟ୍ରାବ୍ଦରେ ରୋମର ଶାସକ କ୍ଲାଉଡିଅସ ଟୁ । ସେ ଅତି ସ୍ୱେଛାଚାରି ଓ ପରାକ୍ରମି ଥିଲେ । ନିିଜର ସୈନ୍ୟ ସାମନ୍ତ ବୃଦ୍ଧିପାଇଁ ସେ ରୋମର ନାଗରିକଙ୍କୁ ସେନାବାହିନୀରେ ନିଯୁକ୍ତି ହେବା ପାଇଁ ଆହ୍ୱାନ କରିଥିଲେ । କିନ୍ତୁ ପରିବାର ଛାଡି କେହି ହେଲେ ସେନାରେ ନିଯୁକ୍ତି ହେବା ପାଇଁ ଆଗ୍ରହ ହେଲେନି । ଏହାପରେ ରାଜା କ୍ଲାଉଡିଅସ କିଛି ବର୍ଷ ପାଇଁ ବାହଘରକୁ ବ୍ୟାନ କରିଦେଲେ । ରାଜାଙ୍କ ବିରୁଦ୍ଧରେ କେହି ପାଟି ଖୋଲିବାକୁ ସାହାସ କଲେନି । କିନ୍ତୁ ଦୁଇ ପ୍ରେମିଯୁ୍ୁଗଳ ରାଜାଙ୍କ ଏହି ନିଷ୍ପତି ବିରୁଦ୍ଧରେ ଯାଇ ପାଦ୍ରି ଭାଲେଣ୍ଟାନଙ୍କ ସହାଯ୍ୟ ନେଇଥିଲେ । ପାଦ୍ରି ଗୁପ୍ତରେ ଏମାନଙ୍କ ବିବାହ କରିଥିଲେ ।

ଏହା ଜାଣିବା ପରେ ରାଜା କ୍ଲାଉଡିଅସ ଭାଲେଣ୍ଟାଇନଙ୍କୁ ବନ୍ଦୀ କଲେ ଓ ଫେବୃଆରୀ ୧୪ ତାରିଖରେ ପାଦ୍ରିଙ୍କୁ ଫାଶି ଦିଆଯାଇଥିଲା । ସେବେଠାରୁ ଏହି ଦିନକୁ ପ୍ରେମର ଦିନ ରୂପରେ ପାଳି ଆସୁଛନ୍ତି ପ୍ରେମି ଯୁଗଳ । ପ୍ରେମଟା କାହା ପାଇଁ କଣ । ପ୍ରେମର କିଛି ଭାଷା ନଥାଏ । ପ୍ରେମ କେତେବେଳେ କାହା ସହ ହୁଏ ଜଣା ପଡ଼େନି । ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ କେବେ ଓଠ ଚୁପ ରୁହେ ଆଉ ଆଖି କଥା କୁହେ । ପ୍ରେମକୁ ନେଇ ଅନେକ କାହାଣି ମଧ୍ୟ ଲେଖାଯାଇଛି ।

କିImage result for valentine dayଛି ପ୍ରେମ ସମାଜିକ ସ୍ୱକୃତିର ସିନ୍ଦୁର ଟୋପା ପିନ୍ଧିଛି ଆଉ କିଛି ପ୍ରେମ ଆରମ୍ଭ ନହେଉଣୁ ହିଁ ଶେଷ ହୋଇ ଯାଇଛି । ପ୍ରେମର ବର୍ଷାରେ ଭିଯିବା ଆଗରୁ ନିଜ ମନର ମଣିଷର ମିଠା ସ୍ପର୍ଶକୁ ଅନୁଭବ କରିବାର ମଜା ବି ଟିକେ ନିଆରା । ଏହି ସ୍ପର୍ଶକୁ ପାଇବା ପାଇଁ ଆଜିର ଦିନକୁ ଅପେକ୍ଷା କରିଥାନ୍ତି ପ୍ରେମିଯୁଗଳ । କୁହାଯାଏ ବୟସ ଗଡିଗଲେ ପ୍ରେମ, ପ୍ରେମ ନୁହେଁ ପାପ ଭଳି ଲାଗିବ । କିନ୍ତୁ ପ୍ରେମ କେବେ ବୟସ ଦେଖେନା , କେବେ ଦେଖେନା ଧନ ଯୌବନ । ବାସ ପ୍ରେମ ହେଇଯାଏ ଆଉ ହେଇ ଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’