Masthead

ଲଞ୍ଚ ହେଲା କରୋନାର ନୂଆ ଔଷଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଲଞ୍ଚ ହେଲା କରୋନା ଔଷଧ । ମହାମାରୀ କରୋନାକୁ ରୋକିବା ପାଇଁ ଆଉ ଏକ ନୂଆ ଔଷଧ ଆଣିଛନ୍ତି ବାବା ରାମଦେବ । ଶୁକ୍ରବାର ରାଜଧାନୀ ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଏକ କାର୍ଯ୍ୟକ୍ରମରେ ରାମଦେବ ଯୋଗ ଦେଇ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ା ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଉପସ୍ଥିତ ଥିଲେ।ରାମଦେବ ଲଞ୍ଚ କରିଥିବା ଏହି ନୂଆ କରୋନା ଔଷଧର ନାଁ ହେଉଛି ‘କରୋନିଲ’  ।

ଏହି ଟାବଲେଟ ଦ୍ୱାରା ଏବେ କରୋନା ଚିକିତ୍ସା ହୋଇପାରିବ ବୋଲି ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ଆୟୁଷ ମନ୍ତ୍ରାଳୟ ମଧ୍ୟ ‘କରୋନିଲ’ ଟାବଲେଟକୁ କରୋନା ଔଷଧ ରୂପେ ସ୍ୱୀକୃତି ଦେଇଛି।ଏହି ଔଷଧ ସହ ଜଡିତ ଅନେକ ରିସର୍ଚ୍ଚ ବୁକ୍ ମଧ୍ୟ ଜାରି କରାଯାଇଛି।ପୂର୍ବରୁ କରୋନିଲ୍ ଟାବଲେଟକୁ କେବଳ ଇମ୍ୟୁନିଟି ବୁଷ୍ଟର କୁହାଯାଉଥିଲା। ୭୦ ପ୍ରତିଶତ କରୋନା ଆକ୍ରାନ୍ତ ରୋଗୀ ୩ ଦିନ ଔଷଧର ବ୍ୟବହାର ପରେ ସୁସ୍ଥ ହୋଇଯାଇଥିଲେ ବୋଲି କମ୍ପାନୀ କରିଥିଲା। କରୋନିଲ ଔଷଧକୁ ହୁ-ଜିଏମପି ସାର୍ଟିଫାଏଡ୍ ମିଳିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସବୁ ପରୀକ୍ଷାରେ କରୋନିଲର ରିପୋର୍ଟ ପଜିଟିଭ ତଥା ସକରାତ୍ମକ ଆସିଛି। ଲୋକଙ୍କୁ ସୁସ୍ଥ ରଖିବାରେ ଆୟୁର୍ବେଦର ଯୋଦଗାନ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କୌଣସି ନୋଟିଫିକେସନ ଦରକାର ନାହିଁ ବୋଲି ସେ କହିଛନ୍ତି। ନୀତିନ ଗଡକରୀ ମଧ୍ୟ କହିଛନ୍ତି ଯେ, ବାବା ରାମଦେବ ଆୟୁର୍ବେଦର ଗବେଷଣା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ପ୍ରତିଷ୍ଠା କରିଛନ୍ତି। ଆୟୁର୍ବେଦ ଉପରେ ପୂର୍ବରୁ ଭରସା ରହିଛି। ଏବେ କରୋନିଲକୁ ଲ୍ୟାବରୁ ପ୍ରମାଣପତ୍ର ମିଳିସାରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା