Masthead

ବୟସ୍କ ନେଉଛନ୍ତି ଟିକା

ନୂଆଦିଲ୍ଲୀ (ବଡ଼ ଖବର): ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବୟଷ୍କ ଓ ବିଭିନ୍ନ ରୋଗରେ ପୀଡିତା ନେଇପାରିବେ ଟିକା । କୋ-ୱିନ ଆପ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ଏଥିସହ ସିଧାସଳଖ ଟିକାଦାନ କେନ୍ଦ୍ରରେ ମଧ୍ୟ ନାମ ରେଜଷ୍ଟ୍ରେସନ କରାଇ ଟିକା ନେଇପାରିବେ । ସେପଟେ ଘରୋଇ ମେଡିକାଲରେ ଡାକ୍ତରଖାନାରେ ଟିକା ନେଲେ ଦେବାକୁ ପଡିବ ୨୫୦ଟଙ୍କା । ସେପଟେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଏମ୍ସରେ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି କୋଭାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ତେବେ ଦେଶର ଘଡିସନ୍ଧି ମୁହୂର୍ତ୍ତରେ ଆଗଧାଡିରେ ରହି କାର୍ଯ୍ୟରତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ନେବାକୁ ମୋଦୀ ଆହ୍ୱାନ କରିଛନ୍ତି ।

ଏହାସହ ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରିଛନ୍ତି । ସିଷ୍ଟର ପି ନିଭେଦାଙ୍କ ତତ୍ତ୍ୱାବଧାନରେ ମୋଦି ଟିକା ନେଇଛନ୍ତି । ସେଭଳି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଡିସପେନସାରିରେ ଟିକା ନେଇଛନ୍ତି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ନେଇ ବଡ ଘୋଷଣା କରିଛି ବିହାର ସରକାର । ଘରୋଇ ହସ୍ପିଟାଲରେ ଟିକାକରଣର ଖର୍ଚ୍ଚ ବହନ କରିବେ ନୀତିଶ ସରକାର । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କ ଜନ୍ମ ଦିନ ଅବସରରେ ଟିକା ନେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ନେଲେ ଲୋକଙ୍କୁ ୨୫୦ଟଙ୍କା ଦେୟ ଦେବାକୁ ପଡିବ ନାହିଁ । ଏହାସହ ରାଜ୍ୟରେ ପ୍ରାୟ ୧୮୩ଟି ସେଣ୍ଟରରେ ଟିକାକରଣ ଜାରିରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍