‘ତୋର ମୋର ଯୋଡି ସୁନ୍ଦର’ ପ୍ରମାଣ ଦେଲେ ସବ୍ୟସାଚୀ ଓ ଅର୍ଚିତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡର ସୁପରହିଟ ଯୋଡି ସବ୍ୟସାଚୀ ଓ ଅର୍ଚିତା । ଦୁହିଁଙ୍କ ଯୋଡିକୁ ଚଳଚ୍ଚିତ୍ରରେ ଲୋକମାନେ ବେଶ ଭଲ ପାଇବା ଦେଇଥିବା ବେଳେ ଆଜି ଏହା ଏକ ନୂଆ ରୂପ ନେବାକୁ ଯାଉଛି । ଆଉ କିଛି ଘଣ୍ଟା ବ୍ୟବଧାନ ମଧ୍ୟରେ ଦୁଇଜଣ ରାଜସ୍ଥାନର ଏକ ଭବ୍ୟମଣ୍ଡପରେ ବିବାହ କରିବାକୁ ଯାଉଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଉଭୟଙ୍କ ପାଇଁ ପ୍ରଶଂସକ ଓ ଓଲିଉଡ କଳାକାରଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଉଭୟ ୨୦୦୮ ମସିହା ସଞ୍ଜୟ ନାୟକଙ୍କ ଚଳଚ୍ଚିତ୍ର ‘ମୁଁ ସପନର ସୌଦାଗର’ ରେ ଏକାଠି କାମ କରିଥିଲେ । ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧ’ୁ, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’, ‘ପାଗଳ କରିଛି ପାଉଁଜି ତୋର ଓ ଛାତି ତଳେ ଡିଙ୍ଗଡଙ୍ଗ୍’, ଆଦି ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ଦୁହେଁ ଅନେକ ଫିଲ୍ମ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’