Masthead

ସୋଶିଆଲ ମିଡିଆରେ ବିରାଟଙ୍କ ଫଲୋର୍ସ ୧୦୦ ମିଲିୟନ,ରୋନାଲ୍ଡଙ୍କ କ୍ଲବରେ ହେଲେ ସାମିଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : କ୍ୟାପଟେନ ବିରାଟ କ୍ରିକେଟ ପଡିଆରେ ଅନେକ ରେକର୍ଡ ଅର୍ଜନ କରୁଥିବା ସମସ୍ତେ ଜାଣିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କରିଛନ୍ତି ଆଉ ଏକ ରେକର୍ଡ । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ସଂଖ୍ୟା ୧୦୦ ମିଲିୟନ ପାର କରିଛି । ସେ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି ।

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ସଂଖ୍ୟା ୧୦୦ ମିଲିୟନ ପାର କରିଛି । ତାଙ୍କ ପରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋର୍ସ ୬୦.୮ ମିଲିୟନ ଥିବାବେଳେ ଶ୍ରଦ୍ଧା କପୁରଙ୍କ ଫଲୋର୍ସ ସଂଖ୍ୟା ୫୮ ମିଲିୟନ ରହିଛି । ବିଶ୍ୱବିଖ୍ୟାତ ଫୁଟବଲ ଖେଳାଳି ରୋନାଲଡୋ ଓ ଲିଓନେଲ୍ ମେସି ବିରାଟଙ୍କ ଆଗରେ ରହିଛନ୍ତି ।

ସେହିପରି ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ଏବେ ୨୬୫ ମିଲିୟନ ଓ ମେସିଙ୍କ ଫଲୋର୍ସ ସଂଖ୍ୟା ୧୮୬ ମିଲିୟନ ରହିଛି । ସେହିପରି ବ୍ରାଜିଲର ଫୁଟବଲ ଖେଳାଳି ନିଏମାରଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ୧୪୭ ମିଲିୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ