Masthead

ଶ୍ରୀମନ୍ଦିର: ଅନନ୍ୟ, ଅତୁଳନୀୟ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର । ସବୁଥିରେ ନିଆରା । ଏହି ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳ ତା’ର ପୂର୍ବ ଶ୍ରୀ ହରାଇବାକୁ ବସିଛି । ଚାଲିଛି ଭୀଷଣ ଷଢଯନ୍ତ୍ର । ସାଢେଚାରିକୋଟି ଓଡ଼ିଆ ନିରବରେ ବସିବେ ନାହିଁ । ନିଶ୍ଚୟ ସ୍ୱର ଉତ୍ତଳନ କରିବେ । ପୂର୍ବର ଗରିମା ବଜାୟ ରଖିବାକୁ ନିଶ୍ଚୟ ରାସ୍ତାକୁ ଓହ୍ଲାଇବେ । ଦେଶର ପ୍ରତିଷ୍ଠିତ ୩୦ ମନ୍ଦିର ମଧ୍ୟରୁ ପୁରୀ ଶ୍ରୀମନ୍ଦିର ଗୋଟିଏ । ଶ୍ରୀମନ୍ଦିର ସବୁ ମନ୍ଦିରଠାରୁ ଭିନ୍ନ । ଦର୍ଶନ ବ୍ୟବସ୍ଥା ଅନ୍ୟ ମନ୍ଦିରଠାରୁ ଭିନ୍ନ । ଭିଡରେ ପଶି ଠାକୁରଙ୍କୁ ଦର୍ଶନ କଲେ ମିଳେ ଆନନ୍ଦ । ଠେଲା ପେଲାକୁ କାଳିଆ ଠାକୁର ଭଲ ପାଆନ୍ତି । ଭକ୍ତ ମୁଖଶାଳା, ନାଟମଣ୍ଡପ ଡେଇଁ ଗର୍ଭଗୃହରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରେ । ପ୍ରଣତି ଜଣାଏ ।

ଏଠି ଠାକୁରଙ୍କ ନୀତିକାନ୍ତି ସାଧାରଣ ମଣିଷର ଦିନଚର୍ଯ୍ୟାପରି । ବେଶ, ପରିପାଟୀ, ଭୋଗ ସବୁଥିରେ ରହିଛି ସ୍ୱତନ୍ତ୍ରତା । ଠାକୁର ଗୀତ ଶୁଣନ୍ତି, ଗୀତଗୋବିନ୍ଦ । ନାଚ ଦେଖନ୍ତି, ଦେବଦାସୀ ନୃତ୍ୟ । ଆଉ ଶୟନ କରନ୍ତି, ଗଜଦନ୍ତପଲଙ୍କରେ । ଏଭଳି ନୀତି, କିଏ କେଉଁଠି ଦେଖିଛି କି? । ଆଉ ଭୋଗ । ଭୋଗର ତାଲିକା ଲମ୍ବିଯିବ ପଛେ ସରିବ ନାହିଁ । ପରିମାଣ ଶୁଣିଲେ ଯେକେହି ମୁଣ୍ଡରେ ହାତ ଦେବ । ଛପନ ପଉଟି । ଠାକୁରଙ୍କୁ ଲାଗି କରାଯାଉଥିବା ଭୋଗ ମହାପ୍ରସାଦ । ବିଶ୍ୱର ବୃହତମ ଭୋଜନାଳୟ ଶ୍ରୀମନ୍ଦିର ।

କେହି କେବେ ଏଠାରୁ ଭୋକରେ ଫେରିନି । ପତିତ ଜନଙ୍କୁ ଉଦ୍ଧାର ପାଇଁ ବର୍ଷକୁ ଥରେ ରତ୍ନବେଦୀରୁ ଓହ୍ଲାଇ ଶ୍ରୀଜିଉ ବାହାରନ୍ତି ଘୋଷଯାତ୍ରା । ଏହି ଯାତ୍ରା ମଧ୍ୟ ବିଶ୍ୱବିଖ୍ୟାତ । ସବୁଥିରେ ନିଆରା, ସବୁଥିରେ ଭରି ରହିଛି ଆଧ୍ୟାତ୍ମିକତା । ଶ୍ରୀମନ୍ଦିର ଶ୍ରୀମନ୍ଦିର । ଏହାକୁ କାହାସହ ତୁଳନା କରାଯାଇପାରିବ ନାହିଁ ।

ତଥାପି ଏହାର ନକ୍ସା ବଦଳାଇ ଆଧ୍ୟାତ୍ମିକ ପରିବେଶ ନଷ୍ଟ କରିବା ପାଇଁ ଚାଲିଥିବା ଉଦ୍ୟମ ଗ୍ରହଣୀୟ ନୁହେଁ । ଅନ୍ୟ ମନ୍ଦିରର ପରିବେଶ ପରି ପୁରୀ ଶ୍ରୀମନ୍ଦିରକୁ କରିବା ଅର୍ଥ କ’ଣ ହୋଇପାରେ । ସାଢେଚାରିକୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳିବାର ମାନେ କ’ଣ? । ସମସ୍ତେ ମୁକ୍ତ କଣ୍ଠରେ କହୁଛନ୍ତି, ପୁରୀ ଆଧ୍ୟାତ୍ମିକ ରାଜଧାନୀ, ଆଧ୍ୟାତ୍ମିକସ୍ଥଳୀ । ପର୍ଯ୍ୟଟନସ୍ଥଳୀ ନୁହେଁ । ପୁରୀରେ ହେଉ ପର୍ଯ୍ୟଟନର ବିକାଶ । ଭଲ କଥା । ଦେଶବିଦେଶରୁ ଆସନ୍ତୁ ବହୁ ଅତିଥି । ଏହାକୁ ଆମେ ସ୍ୱାଗତ କରୁଛୁ । ସାଢେଚାରିକୋଟି ଓଡ଼ିଆ ମଧ୍ୟ ସ୍ୱାଗତ କରୁଛନ୍ତି । କିନ୍ତୁ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ ନଷ୍ଟ କରାନଯାଉ । ଆଧ୍ୟାତ୍ମିକ ପରିବେଶକୁ ଆହୁରି ବଢାଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି