ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଠାରୁ ଲୁଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଧୀ ଉପରମୁହାଁ ହେଲେଣି । ପ୍ରତ୍ୟେକ ଦିନ ଛିନତାଇ ରାଜଧାନୀର ଏକ ସାଧାରଣ କଥା ହେଲାଣି । ମଙ୍ଗଳବାର ବିଳମ୍ବିତ ରାତିରେ ୟୁନିଟ୍-୮ ସ୍ଥିତ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟେରାମାନେ ସବୁ ଲୁଟିନେଇଛନ୍ତି । ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହେଲେ ଲୁଟେରାଙ୍କ ପତ୍ତା ମିଳି ନାହିଁ ।

ଲୁଟର ଶିକାର ହୋଇଥିବା ବୌଦ୍ୟୁତିକ ଗଣମାଧ୍ୟମ (ନ୍ୟୁଜ-୧୮ଓଡିଆ)ର ସାମ୍ବାଦିକ ହେଉଛନ୍ତି ରାକେଶ ମହାନ୍ତି । ରାକେଶ ତାଙ୍କ କାର୍ଯ୍ୟାଳୟରୁ କାମ ସାରି ତାଙ୍କ ବାସ ଭବନଙ୍କୁ ଫେରୁଥିଲେ । ତିନିଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ପିଛା କରିଥିଲେ । ସେହି ତିନିଜଣ ଆସି ରାକେଶଙ୍କ ସାମ୍ନାରେ ବାଇକ ରଖିଥିଲେ । ଏଣୁ ରାକେଶ ବାଧ୍ୟ ହୋଇ ନିଜ ଗାଡିକୁ ଅଟକାଇଥିଲେ । ଏହାପରେ ପକେଟରୁ ବନ୍ଧୁକ ବାହାର କରି ରାକେଶଙ୍କ ମୁଣ୍ଡରେ ଲଗାଇଥିଲେ । ରାକେଶ କିଛି କହିବା ପୂର୍ବରୁ ସେମାନେ ତାଙ୍କ ପକେଟରେ ଥିବା ୫ ହଜାର ଟଙ୍କା, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ସୁନାଚେନ୍ ଲୁଟି ନେଇଥିଲେ । ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ଯଦି ଜଣେ ସାମ୍ବାଦିକଙ୍କ ଠାରୁ ଲୁଟି ନେଉଛନ୍ତି ତେବେ ଜନସାଧାରଣ କଭଳି ସୁରକ୍ଷିତ, ଏନେଇ ପ୍ରଶ୍ନ ଉଠୁଛି । ତେବେ ସିସିଟିଭି ଫୁଟେଜ ମାଧ୍ୟମରେ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!