Masthead

ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ମନେପଡିଗଲା ୨୨ ବର୍ଷର କଳା କାହାଣୀ କଥା । ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ୱାଳର ଟିଆଇ ପରେଡ୍ ଶେଷ ହୋଇଛି । ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଅଞ୍ଜନା ଚିହ୍ନିପାରିଛନ୍ତି । ସେଦିନ ଗାଡି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ଆଜି ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଉପରେ ଅନୁମତି ପ୍ରଦାନ କରିଥିଲେ । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଝାରପଡା ଜେଲ ପରିସରରେ ଥିବା ହଲ୍ ଭିତରେ ଏହି ଟିଆଇ ପରେଡ୍ ଶେଷ ହୋଇଛି ।

ବିବନ ସହ ଅନ୍ୟ ୧୨ ଜଣ କଏଦୀଙ୍କୁ ଏକାଠିି ଗୋଟିଏ ଧାଡିରେ ଛିଡା କରାଯାଇଥିଲା । ଯେଉଁ ୧୨ ଜଣ କଏଦୀ ସେଠାରେ ଛିଡା ହୋଇଥିଲେ ସେମାନଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ବିବନ ଭଳି ରହିଥିବ । ତା ସହ ଆନୁମାନିକ ବୟସ ମଧ୍ୟ ପାଖାପାଖି ହୋଇଥିବ । ସେହି ସମୟରେ ମାଜିଷ୍ଟ୍ରେଟ୍ ଓ ଜେଲର ଜଣେ ଅଧିକାରୀ ସେହି ସ୍ଥାନରେ ଉପସ୍ଥିତ ଥିଲେ । ୧୦ ମିନିଟ ଧରି ଟିଆଇ ପରେଡ ହୋଇଥିଲା । ଟିଆଇ ପ୍ୟାରେଡ ସରିବାପରେ ପ୍ରଥମେ ବାହାରକୁ ଆସିଥିଲେ ମାଜିଷ୍ଟ୍ରେଟ୍ । ତା ପରେ ଅଞ୍ଜନା ବାହାରକୁ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ