ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ । ଗୋଲାପୀ ବଲରେ ଖେଳାଯାଇଥିବା ତୃତୀୟ ଟେଷ୍ଟକୁ ଦୁଇ ଦିନ ମଧ୍ୟରେ ଚମତ୍କାର ଢଙ୍ଗରେ ଜିତି ନେଇଥିଲା ଭାରତ । ଏବେ ନଜର ରହିଛି ଚତୁର୍ଥ ଟେଷ୍ଟ ଉପରେ । ଏହି ମ୍ୟାଚ୍ ଜିତିଲେ ବା ଡ୍ର ରହିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଆନସିପର ଫାଇନାଲ ଖେଳିବା ଟିକେଟ୍ ଫାଇନାଲ ।

ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଯୋଡ଼ି ପୂର୍ବ ମ୍ୟାଚ୍ରେ ଇଂଲଣ୍ଡ ୧୮ ୱିକେଟ୍ ପୋଛି ନେଇଥିଲେ । ତେଣୁ ଏଥର କୋଟେରାରେ ପିଚ୍ କିପରି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଜୋ ରୁଟଙ୍କ ଦଳ କିନ୍ତୁ ବିଜୟ ସହ ସିରିଜ ବରାବର କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ । ସେପଟେ ଭାରତୀୟ ଦଳରୁ ପେସ୍ ବୋଲର ବୁମରାଙ୍କୁ ସ୍ଥାନରେ କିଏ ସ୍ଥାନ ପାଇବ ତାହା ଉପରେ ବି ନଜର ରହିଛି । ଏହି ମ୍ୟାଚ ସାଢେ ୯ଟାରୁ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ