Masthead

ଅଞ୍ଜନା ଗଣଦୁଷ୍କର୍ମ ମାମଲା:୨ଦିନିଆ ରିମାଣ୍ଡରେ ଯିବେ ବିବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ଝାରପଡ଼ା ଜେଲ ନେଇ ଘଟଣାସ୍ଥଳକୁ ଯିବେ । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରୁଣା ଘଟଣାର ସିନ ରିକ୍ରିଏସନ କରିପାରେ ସିବିଆଇ । ଏହା ସହିତ ବିବନକୁ ତା’ର ଘରକୁ ମଧ୍ୟ ସିବିଆଇ ନେଇପାରେ ବୋଲି ସୂଚନା ମିଳିଛି ।

ବିବନ ବିଷୟରେ ତା’ର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିପାରେ । ଏହି ୨ ଦିନିଆ ରିମାଣ୍ଡ ସମୟରେ ବିବନର ଡାକ୍ତରୀ ମାଇନା ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ବିବିନକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ ମଧ୍ୟ କରିପାରେ । ଗତକାଲି ଝାରପଡ଼ା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ଼ କରାଯାଇଥିଲା । ଟିଆଇ ପରେଡ଼ରେ ଅଞ୍ଜନା ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି । ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଓ ଅଞ୍ଜନା ସମ୍ନାସାମ୍ନି ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ