Masthead

ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ କରିବେ ରାଲି । ଏଥିରେ ୧୦ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ ରହିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷାଣା ପରେ ଏହା ହେଇଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଶାଳ ରାଲି । ଏଥର ମୋଦି ପଶ୍ଚିମବଙ୍ଗରେ ୨୦ଟି ରାଲି କରିବେ ବୋଲି ବିଜେପି ଯୋଜନା କରିଛି ।

ଏହି ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ଯୋଗ ଦେଇପାରନ୍ତି ବଲିଉଡ କଳାକାର ମିଥୁନ ଚକ୍ରବର୍ତି । ଜୋରଦାର ହେବାକୁ ଯାଉଛି ପଶ୍ଚିମବଙ୍ଗ ନିର୍ବାଚନ ରାଲି । ନିଜ ଆଶନ ବଞ୍ଚାଇବା ପାଇଁ ମମତା ଦିଦି ଭରପୁର ପ୍ରୟାସ କରୁଥିବା ବେଳେ, ଗଡ ହାତେଇବାକୁ ବିଜେପି ରଣନୀତି ନିର୍ବାଚନ ରାଲିକୁ ଜୋରଦାର କରିଛି । ଆଜି ପ୍ରଚାରରେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ବିଜେପିର ମିଶନ ପଶ୍ଚିମ ବଙ୍ଗ । ଆଜି କୋଲକାତାରେ ମୋଦି କରିବେ ବିଶାଳ ସମାବେଶ । କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଏହି ସମାବେଶରେ ବିଜେପି ପାଇଁ ଶଙ୍ଖନାଦ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ଜରିଆରେ ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ