Masthead

ନିଆଁ ମୁହଁରେ ଜଙ୍ଗଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଙ୍ଗଲରେ ରେ ନିଆଁ । ୨ ସପ୍ତାହ ହେଲାଣି ଜଳୁଛି ଜଙ୍ଗଲ । ନିଆଁ ମୁହଁରେ  ଜଙ୍ଗଲ । ସାଟେଲାଇଟର ଚିତ୍ର ଅନୁସାରେ ରାଜ୍ୟରେ ଜଳୁଛି ୨୧୪ଟି ସର୍କଲର ଜଙ୍ଗଲ । ଜୀବନ ବଞ୍ଚାଇବାକୁ ଜଙ୍ଗଲିଜନ୍ତୁ ହୋଇଛନ୍ତି ଗାଁ ଓ ସହର ମୁହାଁ । ଅନ୍ୟପଟେ ଜୈବ ବିଭିଦତା ହେଉଛି ନଷ୍ଟ । ଗତ ୪ ବର୍ଷରେ ଜଳିଗଲାଣି ହଜାର ହଜାର ହେକ୍ଟର ଜଙ୍ଗଲ । ରାଜ୍ୟର ଜଙ୍ଗଲ ପୋଡି ଘଟଣା ଦେଶରେ ଓଡିଶାର ନାଁ ସବା ଆଗରେ । ଏକାଧିକ ଜଙ୍ଗଲରେ ପ୍ରତି ବର୍ଷ ଲାଗୁଛି ନିଆଁ । ରାଜ୍ୟର ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ଲାଗିଛି ନିଆଁ ।

ଚନ୍ଦକାରୁ ଶିମିଳିପାଳ । ନିଆଁ ଲିଭାଇବାକୁ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଦେଖାଇନଥିଲେ ଆନ୍ତରିକତା । ଫଳରେ ଏସିଆର ଦ୍ୱିତୀୟ ଜୈବମଣ୍ଡଳ ଶିମିଳିପାଳରେ ନିଆଁ ଲାଗି ସ୍ଥିତି ହୋଇଛି ସଙ୍ଗୀନ । ଖାଲି ଶିମିଳିପାଳ ନୁହେଁ । ରାଇରଙ୍ଗପୁର ,କରଞ୍ଜିଆ,କଟକ, କେନ୍ଦୁଝର, ଦେବଗଡ, ଆଠଗଡ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ବଣାଇ,ଖଣ୍ଡପଡା, ଘୁମୁସର ଦକ୍ଷିଣ, ଆଠମଲ୍ଲିକ, ବାଲିଗୁଡା, ରେଢାଖୋଲ, ଫୁଲବାଣୀ, ଖଡିଆଳ, ସୁନାବେଢା, ବଲାଙ୍ଗୀର, ପାରଳାଖେମୁଣ୍ଡି ଓ ମାଲକାନଗିରି ଡିଭିଜନରେ ଲାଗିଛି ନିଆଁ । ସାଟେଲାଇଟର ଚିତ୍ର ଅନୁସାରେ ଘଣ୍ଟାରେ ୬୦ଟି ଜଙ୍ଗଲରେ ଲାଗିଛି ନିଆଁ । ଛୋଟ ଜଙ୍ଗଲର ନିଆଁକୁ ଆୟତ କରାଯାଉଛି । ମାତ୍ର ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ଜଙ୍ଗଲରେ ଲାଗିଛି ନିଆଁ । ନିଆଁ ଲିଭିବାର ନେଉନି ନାଁ । ନିଆଁ ଲାଗିବା ନେଇ ଅଧିକାରୀ ଅଛନ୍ତି ଅବଗତ । ହେଲେ ନେଇ ନାହାନ୍ତି ଠୋସ ପଦକ୍ଷେପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ