Masthead

ଦେଢ କେଜି ବ୍ରାଉନ ସୁଗାର ଜବତ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଜଳେଶ୍ୱରରୁ ଧରା ହେଲା ଧଳା ଜହର । ଦେଢ଼ କେଜିରୁ ଉର୍ଦ୍ଧ୍ୱ ଧଳା ଜହର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ପାଲଟିଛି ଧଳା ଜାହରର ହବ ସେଣ୍ଟର । ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର କାରବାର । ଜଳେଶ୍ଵର ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ହୋଇଥିବାରୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ବାଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗରୁ ବେପାରୀଙ୍କ ମାଧ୍ୟମରେ ପହଞ୍ଚିଥାଏ ଧଳା ଜହର ।

ବାରମ୍ବାର ଧଳା ଜହର ବେପାରୀଙ୍କ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଜବତ କରାଯାଇଥିଲାବେଳେ କେତେକ ବେପାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ତଥାପି ଜଳେଶ୍ୱରର ଧଳା ଜହର ବେପାର କମିବାର ନା ଧରୁନି । ଯାହା ପୁଣି ଭୁବନେଶ୍ୱରର ସ୍ୱତନ୍ତ୍ର ଏକ ଏସ ଟି ଏଫ ଟିମ ହାତରେ ଜଳେଶ୍ୱରର ଜଣେ ଧଳା ଜହର ବେପାରୀ ଗିରଫ ହେବା ସହ ପାଖା ପାଖି ଦେଢ଼ କିଲୋ ଧଳା ଜହର ଜବତ ହୋଇଛି । ଯାହାର ମୂଲ୍ୟ ପାଖାପାଖି ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ