Masthead

ରାସ୍ତା ପାଲଟିଛି ବ୍ୟକ୍ତିଗତ ସମ୍ପତି

ବରଗଡ଼ (ବଡ଼ ଖବର ବ୍ୟୁରୋ): ଦଳିତଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଚାଲୁଥିବା ରାସ୍ତାକୁ ଲିଜ ସୂତ୍ରରେ ନେଇଛନ୍ତି ଧନୀକ,ମୁଷ୍ଟିମେୟ ଶ୍ରେଣୀର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା,ଗାଇସିଲେଟ ବ୍ଲକ ଗୌରେନମୁଣ୍ତା ଗ୍ରାମରେ । ଗୌରେନମୁଣ୍ତା ଗ୍ରାମର ହରିଜନ ପଡାଟି ୫୦ ପରିବାର ବିଶିଷ୍ଟ ବସ୍ତିଟିଏ, କେଉଁ ଆବହମାନ କାଳରୁ ରହି ଆସିଛି ।

ହରିଜନ ପଡାରୁ ଗ୍ରାମର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ଦୁଇ ଜଣ ଧନୀକ ଶ୍ରେଣୀର ଲୋକ,୧୯୮୩ ମସିହାରୁ ନିଜ ନାମରେ ଲିଜ ସୂତ୍ରରେ ନେଇ ଯାଇଛନ୍ତି । ସେମାନେ ହେଲେ କୃପାସିନ୍ଧୁ ସାହୁ ଏବଂ କୁମ୍ପଟିଆ ସାହୁ । ଉଭୟଙ୍କର ମୋଟ ଚାଷ ଜମି ୫୦ ଏକରରୁ ଅଧିକ ଅଛି । ତେବେ ସରକାର କିପରି ଏଭଳି ବ୍ୟକ୍ତିଙ୍କୁ ଚାଲିବା ରାସ୍ତାକୁ ଲିଜ ସୂତ୍ରରେ ଦେଲେ ବୋଲି ଅଭିଯୋଗ କରିଛନ୍ତି ଗୌରେନମୁଣ୍ତା ଗ୍ରାମର ହରିଜନ ପଡାବାସୀ ।

ସେମାନଙ୍କର ଚାଲିବା ରାସ୍ତା ବର୍ତ୍ତମାନ ସଂକୀର୍ଣ୍ଣ ହେବାରେ ଲାଗିଛି । ପାଣି ପାଇପକୁ ଭାଙ୍ଗି ଦେଇଛନ୍ତି ଲିଜଧାରୀ ବ୍ୟକ୍ତି । ଫଳରେ ପଡାବାସୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଦଳିତ ବ୍ୟକ୍ତିମାନେ ଲିଜ ବାତିଲ କରିବା ପାଇଁ ବାରମ୍ବାର ଗାଇସିଲେଟ ତହସିଲଦାର, ପଦ୍ମପୁର ଉପ‐ଜିଲ୍ଲାପାଳ, ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ସାରିଲେଣି କିନ୍ତୁ କିଛି ସମାଧାନର ରାସ୍ତା ବାହାରି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା