Masthead

ରାସ୍ତା ପାଲଟିଛି ବ୍ୟକ୍ତିଗତ ସମ୍ପତି

ବରଗଡ଼ (ବଡ଼ ଖବର ବ୍ୟୁରୋ): ଦଳିତଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଚାଲୁଥିବା ରାସ୍ତାକୁ ଲିଜ ସୂତ୍ରରେ ନେଇଛନ୍ତି ଧନୀକ,ମୁଷ୍ଟିମେୟ ଶ୍ରେଣୀର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା,ଗାଇସିଲେଟ ବ୍ଲକ ଗୌରେନମୁଣ୍ତା ଗ୍ରାମରେ । ଗୌରେନମୁଣ୍ତା ଗ୍ରାମର ହରିଜନ ପଡାଟି ୫୦ ପରିବାର ବିଶିଷ୍ଟ ବସ୍ତିଟିଏ, କେଉଁ ଆବହମାନ କାଳରୁ ରହି ଆସିଛି ।

ହରିଜନ ପଡାରୁ ଗ୍ରାମର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ଦୁଇ ଜଣ ଧନୀକ ଶ୍ରେଣୀର ଲୋକ,୧୯୮୩ ମସିହାରୁ ନିଜ ନାମରେ ଲିଜ ସୂତ୍ରରେ ନେଇ ଯାଇଛନ୍ତି । ସେମାନେ ହେଲେ କୃପାସିନ୍ଧୁ ସାହୁ ଏବଂ କୁମ୍ପଟିଆ ସାହୁ । ଉଭୟଙ୍କର ମୋଟ ଚାଷ ଜମି ୫୦ ଏକରରୁ ଅଧିକ ଅଛି । ତେବେ ସରକାର କିପରି ଏଭଳି ବ୍ୟକ୍ତିଙ୍କୁ ଚାଲିବା ରାସ୍ତାକୁ ଲିଜ ସୂତ୍ରରେ ଦେଲେ ବୋଲି ଅଭିଯୋଗ କରିଛନ୍ତି ଗୌରେନମୁଣ୍ତା ଗ୍ରାମର ହରିଜନ ପଡାବାସୀ ।

ସେମାନଙ୍କର ଚାଲିବା ରାସ୍ତା ବର୍ତ୍ତମାନ ସଂକୀର୍ଣ୍ଣ ହେବାରେ ଲାଗିଛି । ପାଣି ପାଇପକୁ ଭାଙ୍ଗି ଦେଇଛନ୍ତି ଲିଜଧାରୀ ବ୍ୟକ୍ତି । ଫଳରେ ପଡାବାସୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଦଳିତ ବ୍ୟକ୍ତିମାନେ ଲିଜ ବାତିଲ କରିବା ପାଇଁ ବାରମ୍ବାର ଗାଇସିଲେଟ ତହସିଲଦାର, ପଦ୍ମପୁର ଉପ‐ଜିଲ୍ଲାପାଳ, ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ସାରିଲେଣି କିନ୍ତୁ କିଛି ସମାଧାନର ରାସ୍ତା ବାହାରି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ