Masthead

ପୁଣି ଚର୍ଚ୍ଚାରେ କଙ୍ଗନା, ମୋଦିଙ୍କୁ ନେଇ କରିଛନ୍ତି ଭବିଷ୍ୟବାଣୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣି ଥରେ ଚର୍ଚ୍ଚାରେ ବଲିଉଡ କୁଇନ କଙ୍ଗନା । ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଭବିଷ୍ୟବାଣୀ । ଯାହାକୁ ନେଇ ଟ୍ୱିଟ ମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ଏଥିସହ ଏକ ରିପୋର୍ଟ ମଧ୍ୟ ସେଆର କରିଛନ୍ତି। କଙ୍ଗନା ଏଥିରେ ଲେଖିଛନ୍ତି, ‘୨୦୨୪ରେ ପୁଣି ଥରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବେ।’ ତାଙ୍କର ଏହି ଟ୍ୱଟକୁ ନେଇ କିଛି ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି।

ଜଣେ ପ୍ରତିକ୍ରିୟାରେ ଲେଖିଛନ୍ତି, “କଙ୍ଗନା ମୁଁ ତୁମର ଜଣେ ବଡ ଫ୍ୟାନ। କିନ୍ତୁ ବିଜେପିରେ ଗୋଟିଏ ନିୟମ ରହିଛି, ଯାହାକୁ ମୋଦି ଜୀ ସ୍ଥିର କରିଛନ୍ତି । ଏହି ନିୟମ ଅନୁଯାୟୀ ୭୫ ବର୍ଷ ବୟସ ପରେ କୌଣସି ରାଜନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୨୦୨୪ରେ ମୋଦିଙ୍କୁ ୭୫ରୁ ଅଧିକ ବୟସ ହୋଇଥିବ, ତେବେ ଏତେ ବୟସ ପରେ ବି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ତାଙ୍କର ଦେଖାଇ ହେବା ତଥା କପଟି ଆଚରଣ ପ୍ରଦର୍ଶନ ହେବ ବୋଲି ସେ କହିଛନ୍ତି।”

ଏହାର ପ୍ରତିଉତ୍ତରରେ କଙ୍ଗନା ଲେଖିଛନ୍ତି, ‘ମୋଦିଙ୍କୁ ଆମେ ନୁହେଁ, ଆମ ସମସ୍ତଙ୍କୁ ତାଙ୍କର ଆବଶ୍ୟକତା ରହିଛି। ଅଖଣ୍ଡ ଭାରତକୁ ତାଙ୍କର ଆବଶ୍ୟକତା ରହିଛି। ତେଣୁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଅସୁବିଧା କ’ଣ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ