Masthead

ଚଳନ୍ତା ଟ୍ରକରେ ମହିଳାଙ୍କୁ ଗଣଦୁଷ୍କର୍ମ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଷ୍ଟେସନ ଭଦ୍ରାସାହି ଗ୍ରାମରେ ଘଟିଛ ଏକ ଅଭାବନୀୟ ଘଟଣା । ଗଣଦୁଷ୍କର୍ମ ମାମଲାର ଏକ ଚିତ୍ର ଆସିଛି ସାମ୍ନାକୁ । ସୂଚନା ଅନୁସାରେ, ଗୁରୁବାର ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଭଡା ଘରେ ରହି ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା ।

ଏ ନେଇ ମହିଳା ଜଣକ ଉତ୍ୟକ୍ତ ହୋଇ ଘରୁ ପଳାଇ ଯାଉଥିବା ସମୟରେ ରୋଇଡା ଛକ ନିକଟରେ ଦୁଇଜଣ ଚିହ୍ନା ହାଇଭା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦଙ୍କୁ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ । ମହିଳା ଜଣଙ୍କୁ ଲିଫ୍ଟ ଦେଇ ଉକ୍ତ ଟ୍ରକ ରେ ବଳତ୍କାର କରିବା ସହିତ ଘରକୁ ଆଣି ତିନି ଦିନ ଶାରୀରିକ ନିର୍ଯ୍ୟାତନା ଦେବା ସହିତ ବଳତ୍କାର କରିଥିଲେ । ମହିଳା ଜଣଙ୍କ ଆଜି କୌଶଳକ୍ରମେ ସେଠାରୁ ଖସି ନିଜ ସ୍ୱାମୀଙ୍କ ସହ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ବଡ଼ବିଲ ପୁଲିସ ଅଭିଯୋଗ ଆଧାର ରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ବଳତ୍କାର କରାଯାଇଥିବା ଗାଡିଟିକୁ ଜବତ କରିଛି । ବଡ଼ବିଲ ପୁଲିସ ପିଡିତାଙ୍କ ଡାକ୍ତରୀ ମଇନା କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ