Masthead

ଚଳନ୍ତା ଟ୍ରକରେ ମହିଳାଙ୍କୁ ଗଣଦୁଷ୍କର୍ମ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଷ୍ଟେସନ ଭଦ୍ରାସାହି ଗ୍ରାମରେ ଘଟିଛ ଏକ ଅଭାବନୀୟ ଘଟଣା । ଗଣଦୁଷ୍କର୍ମ ମାମଲାର ଏକ ଚିତ୍ର ଆସିଛି ସାମ୍ନାକୁ । ସୂଚନା ଅନୁସାରେ, ଗୁରୁବାର ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଭଡା ଘରେ ରହି ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରଙ୍କ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା ।

ଏ ନେଇ ମହିଳା ଜଣକ ଉତ୍ୟକ୍ତ ହୋଇ ଘରୁ ପଳାଇ ଯାଉଥିବା ସମୟରେ ରୋଇଡା ଛକ ନିକଟରେ ଦୁଇଜଣ ଚିହ୍ନା ହାଇଭା ଡ୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦଙ୍କୁ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ । ମହିଳା ଜଣଙ୍କୁ ଲିଫ୍ଟ ଦେଇ ଉକ୍ତ ଟ୍ରକ ରେ ବଳତ୍କାର କରିବା ସହିତ ଘରକୁ ଆଣି ତିନି ଦିନ ଶାରୀରିକ ନିର୍ଯ୍ୟାତନା ଦେବା ସହିତ ବଳତ୍କାର କରିଥିଲେ । ମହିଳା ଜଣଙ୍କ ଆଜି କୌଶଳକ୍ରମେ ସେଠାରୁ ଖସି ନିଜ ସ୍ୱାମୀଙ୍କ ସହ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ବଡ଼ବିଲ ପୁଲିସ ଅଭିଯୋଗ ଆଧାର ରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସହିତ ବଳତ୍କାର କରାଯାଇଥିବା ଗାଡିଟିକୁ ଜବତ କରିଛି । ବଡ଼ବିଲ ପୁଲିସ ପିଡିତାଙ୍କ ଡାକ୍ତରୀ ମଇନା କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ