Masthead

ଫେସବୁକରେ ପ୍ରେମ, ତା’ପରେ…

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ ସହେବି ଗ୍ରାମର ସୀମା ସାହୁ ସୋସିଆଲ ମିଡ଼ିଆ ଫେସବୁକ ମାଧ୍ୟମରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଳିତା ଗ୍ରାମର ଲିପୁନ ମହାକୁଡ଼ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରସ୍ପର ଦୁହେଁ ଦୁହିଁଙ୍କୁ ମଙ୍ଗୁଳିର ଏକ ତାରିଣୀ ମନ୍ଦିରରେ ମଧ୍ୟ ବିବାହ କରିଥିଲେ । ସେଠି ୫ମାସ ଭଡ଼ା ଘରେ ରହିଲା ପରେ ଲିପୁନ ମହାକୁଡ଼ଙ୍କ ନିଜ ଘର ଛାମୁଣ୍ଡାରେ ୩ମାସ ଏବଂ ବଳିତା ସ୍ଥିତ ଲିପୁନ ମହାକୁଡ଼ଙ୍କ ଘରେ ରହି ଆସୁଥିଲେ ।

୨ସପ୍ତାହ ରହିଲା ପରେ ତାଙ୍କୁ ଅନେକ ନିର୍ୟାତନା ଏବଂ ମାଡ ମାରି ଘରୁ ବାହାର କରିଦେଇଥିବା କହିଛନ୍ତି । ତାଙ୍କ ମୋବାଇଲକୁ ମଧ୍ୟ ପାଣିରେ ଫିଙ୍ଗିଦେଇଥିବା କହିଛନ୍ତି । ଅନ୍ୟ କିଛି ଉପାୟ ନପାଇ ଆତ୍ମହତ୍ୟା କରିବାକୁ ଯାଇଥିବା ସୀମାଙ୍କୁ କିଛି ଲୋକ କାନ୍ଦୁଥିବା ଦେଖି ଉଦ୍ଧାର କରି ସବୁ କଥା ପଚାରି ବୁଝିଥିଲେ । ସେଠାରୁ ସୀମାଙ୍କୁ ଉଦ୍ଧାର କରି ଆଣିଥିଲେ । ସୀମା ଏ ସମ୍ପର୍କରେ ସୂଚନା ଦେବାପାଇଁ ଚାହିଁଥିଲେ ମଧ୍ୟ ପୋଲିସ ଲିପୁନ ମହାକୁଡ଼ଙ୍କଠୁ ଟଙ୍କା ଖାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଥାନାରୁ ବାହାରି ଯିବାକୁ ଧମକ ଦେଇଥିଲେ ।

ପୋଲିସ ଟଙ୍କା ଖାଇ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବୋଲି ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ସୀମା । ଏହି ସମସ୍ୟାର କେମିତି ଶୀଘ୍ର ସମାଧାନ ହୋଇ ସୀମା ସାହୁଙ୍କୁ ଲିପୁନ ମହାକୁଡ଼ ଏବଂ ତାଙ୍କ ପରିବାର ଲୋକ ତାଙ୍କୁ ବୋହୁର ମର୍ୟ୍ୟାଦା ଦେବେ ଗୁହାରି କରିଛନ୍ତି ସୀମା ଏବଂ ବଳିତା ଗ୍ରାମ ବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ