Masthead

ବାରହା ମମତାରେ ବନ୍ଧା ମହିଳା

କେନ୍ଦୁଝର(ବଡ ଖବର ବ୍ୟୁରୋ): ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ପଶୁ ପ୍ରେମରେ ପାଗଳ ହେବାକୁ ପଛେଇ ନାହାନ୍ତି ଜଣେ ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ ଅଧିନରେ ଥିବା ବିମଳା ଫରେଷ୍ଟ ବିଟରେ । ୨ ବର୍ଷ ପୂର୍ବରୁ ଜଙ୍ଗଲରୁ ଏକ ବାରହା ଶାବକକୁ କୋଲେଇ ଆଣିଥିଲେ କୁନ୍ତଳା କୁମାରୀ । କେବଳ କୋଳେଇ ଆଣିଥିଲେ ତା ନୁହଁ ମା’ପରି କୋଳେଇ କାଖେଇ ଛୋଟ ଶାବକରୁ ବଡ କରିଥିଲେ । ଗୀତ ଗାଉଥିଲେ ଆଉ କୋଳରେ ରଖି ଆଉଁସି ଆଉଁସି ଶୁଆଇ ଦେଉଥିଲେ । ଶିଶୁ ଶାବକଟି କୁନ୍ତଳା କୁମାରୀଙ୍କ ଠାରୁ ମା’ ସ୍ନେହ ପାଇ ଏବେ ବଡ ହୋଇଗଲାଣି । ହେଲେ ଜଙ୍ଗଳ ଜନ୍ତୁ ରଖିବା ଅପରାଧ ବୋଲି ଲୋକ ମାନେ ବନବିଭାଗରେ ଅଭିଯୋଗ କରିଥିଲେ ।

ପରେ ବନବିଭାଗ ଜନ୍ତୁକୁ ଉଦ୍ଧାର କରିବା ସହ ମହିଳା ଜଣଙ୍କୁ ତେଲକୋଇ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିଥିଲେ । ବନବିଭାଗ କର୍ମଚାରୀ ମହିଳାଙ୍କୁ ଜଙ୍ଗଲ ଆକ୍ଟ ବିଷୟରେ ବୁଝାଇ ବାରହାକୁ ପୁଣି ଜଙ୍ଗଳରେ ଛାଡିଦେଇଥିଲେ । କିନ୍ତୁ ମହିଳା ଜଣଙ୍କ ପାଗେଳି ହୋଇ ବାରହାକୁ ଖୋଜି ଖୋଜି ଏବେ ଜଙ୍ଗଲ ସାରା ଘୁରି ବୁଲୁଛନ୍ତି । ସେ କହୁଛନ୍ତି, ମୋ ଛୁଆ ଭୋକରେ ଥିବା ମୋ ଡାକ ଶୁଣିଲେ ଫେରି ଆସିବ । ମୁଁ ଘରକୁ ନେଇ ପୁଣି ତାର ଯତ୍ନ ନେବି । ଅନ୍ୟପଟେ ଘରେ ଜଙ୍ଗଲ ଜନ୍ତୁଙ୍କୁ ପାଳିବା ଅନୁଚିତ ବୋଲି ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ