Masthead

ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ମହାନ୍ ପର୍ବ ପୁଅ ଜିଉଁତିଆ

ପୁଅର ଦୀର୍ଘଜୀବନ କାମନା କରି ମାଆ କଲା ପୂଜା

ବରଗଡ଼: ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପର୍ବ ମଧ୍ୟରୁ ପୁଅ ଜିଉନ୍ତିଆ ଅନ୍ୟତମ । ସନ୍ତାନମାନଙ୍କର ମଙ୍ଗଳ କାମନା ଏବଂ ସନ୍ତାନ ପ୍ରାପ୍ତି ଆଶାରେ ବ୍ରତ ପାଳନ କରିଥାନ୍ତି ମହିଳାମାନେ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ପଳନ କରାଯାଉ ଥିବାବେଳେ ଗୁରୁବାରଠାରୁ ଏହି ପୂଜା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମାଆମାନେ ସନ୍ତାନ ସନ୍ତତିମାନଙ୍କର ଦୀର୍ଘ ଜିବନ ସହ ଉଜ୍ୱଳ ଭବିଷ୍ୟତ କାମନା କରି ବ୍ରତ ଧାରଣ କରୁଥିବା ବେଳେ ନିଃସନ୍ତାନ ମହିଳାମାନେ ସନ୍ତାନ ସନ୍ତତି ଆଶାରେ ବ୍ରତ ଧାରଣ କରିଥାନ୍ତି । ତେବେ ଗୁରୁବାରଠାରୁ ସମଗ୍ର ପଶ୍ଚିମ ଓଡିଶା ସହ ବରଗଡର ପୁରପଲ୍ଲୀରେ ବ୍ରତଧାରୀ ମାଆମାନେ ବିଧି ଅନୁସାରେ ସକାଳୁ ନିର୍ଜଳ ଉପବାସ ରହିଥିଲେ । ସନ୍ଧ୍ୟାରେ ପୋଖରୀ କିମ୍ବା ନଦୀରେ ସ୍ନାନ ସାରି ବାଲିରେ ଅପାମାର୍ଗ କାଠି ଓ କାକୁଡି ଚକିରେ ପୂଜାର୍ଚ୍ଚନା କରିଥିଲେ । ପରେ ଘରକୁ ଫେରି ନବବସ୍ତ୍ର ପରିଧାନ କରି ରାତିରେ ଗାଁଦାଣ୍ଡରେ ସୂର୍ଯ୍ୟପୁତ୍ର ଦୂତିବାହନଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାଜ ରାଜୁଡ଼ା ଅମଳରୁ ଏହି ବ୍ରତ ପାଳିତ ହୋଇଆସୁଛି । ବ୍ରତ ପାଇଁ ୧୦୮ଲେଖାଏଁ ଦୁବଘାସ, ଅକ୍ଷତ ଅରୁଆ ଚାଉଳ ଏକାଠି କରି ସରଗିପତ୍ରରେ ବ୍ରତଧାରୀମାନେ ଗୁନ୍ଥିଥାନ୍ତି । ଓଷାଦିନ ରାତିରେ ଗାଁଦାଣ୍ଡରେ ଏକ ବେଦୀ ତିଆରି କରି ଗାତଖୋଳି ଜିଅନ୍ତା ମାଛ ଛାଡିବା ସହ ପୂଜାର୍ଚ୍ଚନା କରିଥାନ୍ତି । ୨୧ ପ୍ରକାରର ଫଳସହ ଆଖୁଗଛରେ ଖିରଢାଳି ଏହି ପୂଜା ହେବାର ବିଧି ରହିଛି । ଖାଲି ପୁଅମାନଙ୍କ ପାଇଁ ନୁହେଁ, ଏବେ ଝିଅମାନଙ୍କୁ ମଧ୍ୟ ଦୁବ ଛୁଆାଁଇ, ବ୍ରତବାନ୍ଧି ସେମାନଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି ବ୍ରତଧାରୀ ମାଆମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ….