ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁନ୍ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ଏହା ମୌସୁମୀକୁ ଅଗ୍ରସର କରିବାରେ ସହାୟକ ହେବ । ରଜବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ । ସମ୍ଭାବ୍ୟ ଲଘୁଚାପ/ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ସଙ୍କେତ ଦିଆଯାଇଛି । ପାଣିପାଗ ବିଭାଗ ଆକଳନ କରିଛି, ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳରେ ୩୬-୩୮ ଡିଗ୍ରୀ ସେଲସିୟସ୍, ଉପକୂଳର ଅଧିକାଂଶ ଅଞ୍ଚଳରେ ୩୮-୪୦ ଡିଗ୍ରୀ ଓ ପଶ୍ଚିମରେ ୪୦-୪୨ ଡିଗ୍ରୀ ତାପମାତ୍ରା ରହିପାରେ ।

୧୨ରୁ ୧୮ ତାରିଖ ଭିତରେ ଉତ୍ତର ଉପକୂଳରେ ୩୨-୩୪ ଡିଗ୍ରୀ, ବାକି ଉପକୂଳ ଅଞ୍ଚଳରେ ୩୪-୩୬ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣରେ ୩୮-୪୦ ଡିଗ୍ରୀ ରହିପାରେ ତାପମାତ୍ରା । ଗୁରୁବାର ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଟପିଥିବାବେଳେ କେତେକ ସ୍ଥାନରେ ୪୧ ପାର୍ କରିଥିଲା । ଅନେକ ସ୍ଥାନରେ ପାରଦ ୩୮-୪୦ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୮ ଡିଗ୍ରୀ ଥିଲା । ଏମିତିକି ଉପକୂଳରେ ବି ଝାଞ୍ଜି ଅନୁଭୂତ ହୋଇଥିଲା । ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!