Masthead

ମଣ୍ଡିରେ ନଷ୍ଟ ହେଉଛି ୨ଲକ୍ଷ ୫୮ ହଜାର କ୍ୱିଣ୍ଟାଲ ଧାନ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ମଣ୍ଡିରେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । କେଉଁଠି ଧାନ ପଚି ନଷ୍ଟ ହେଲାଣି ତ ପୁଣି କେଉଁ ଧାନ ଉଇ ଖାଇଲାଣି । ଆଉ କେଉଁଠି ଗାଈଗୋରୁ ଖାଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଆର ଏମ ସି ଅଧିନ ଲଖମରା, ଜଗଦଲପୁର, ଲୁଉଡିଦହା ଓ ଝାରବନ୍ଧ ମଣ୍ଡିରେ । ଆରଏମସି ଅଧିନ ୭୦ଟି ମଣ୍ଡିରେ ୨ଲକ୍ଷ ୫୮ହଜାର କ୍ୱିଣ୍ଟାଲ ଧାନ ଦୀର୍ଘ ଚାରିମାସ ହେବ ପଡି ରହିଛି ।

କିନ୍ତୁ ବୈଦ୍ଧ ପଞ୍ଜିକରଣ ଓ ଟୋକନ ସତ୍ୱେ ସରକାର ଧାନ କିଣିବାରେ ବିଫଳ ହେଉଛନ୍ତି । ଧାନ ମଣ୍ଡିରେ ଏବେ ଧାନ ଗଜା ହେବାକୁ ଲାଗିଲାଣି । କିନ୍ତୁ ମଣ୍ଡିରୁ ବିକ୍ରି ହୋଇପାରୁନି ଧାନ । ଯାହା ଫଳରେ ଚାଷୀକୂଳ ଏବେ ଚିନ୍ତାରେ । ସରକାରଙ୍କ ଉପରେ ବଶ୍ୱାସ ହରାଇ ଚାଷୀ ଏବେ ୧୩୦୦ରୁ ୧୪୦୦ ଟଙ୍କାରେ ଛତିଶଗଡ ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି ।

ଆଉ କିଛି ଚାଷୀ ଏବେ ମଣ୍ଡିରୁ କାନ୍ଦି କାନ୍ଦି ଘରକୁ ଧାନ ବସ୍ତା ଧରି ଫେରୁଛି । ଫେବୃୟାରୀ ୧୧ରୁ ମଣ୍ଡିରୁ ଦାନ ଉଠିବା ନେଇ ପଦ୍ମପୁର ଉପଖଣ୍ଡରେ ଚାଷୀ ଆନ୍ଦୋଳନ ଜାରୀ ରହିଛି । ହେଲେ ମଣ୍ଡିରୁ ଧାନ ନଉଠିବାରୁ ଚାଷୀ ହତାଶ । ଏପଟେ ରବି ଋତୁର ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି । ଖରିଫ ଋତୁର କରଜ ସୁଝି ନପାରି ଚାଷୀ ରବି ଋତୁରେ କିପରି ଧାନ ଚାଷ କରିବ ତାଙ୍କୁ ନେଇ ଚିନ୍ତାରେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା