ଗାୟତ୍ରୀମନ୍ତ୍ର ଜପ କଲେ ଭଲ ହୋଇଯିବ କରୋନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାୟତ୍ରୀମନ୍ତ୍ର ଜପ କଲେ ଭଲ ହୋଇଯିବ କରୋନା । ଏନେଇ ଏମ୍ସ ଋିଷିକେଶ ଆରମ୍ଭ କରିଛି ଗବେଷଣା । କୋଭିଡ ଆକ୍ରାନ୍ତ ରୋଗୀଙ୍କ ଉପରେ ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ଏବଂ ପ୍ରାଣାୟମର କି ପ୍ରଭାବ ରହିଛି ତାହା ଉପରେ ଗବେଷଣା ଚାଲିଛି । ଏଥିପାଇଁ ୨୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୧୦ ଜଣଙ୍କୁ ସାମିଲ କରାଯାଇଛି ।

ଗୋଟିଏ ଗ୍ରୁପର ରୋଗୀଙ୍କୁ ପ୍ରୋଟୋକଲ ଅନୁଯାୟୀ କେବଳ କରୋନା ଚିକିତ୍ସା କରାଯାଉଛି । ଅନ୍ୟ ଗ୍ରୁପର ରୋଗୀଙ୍କୁ କରୋନା ଚିକିତ୍ସା ସହ ସେମାନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ କୁହାଯାଇଛି । ଏବଂ ଏହାସହ ସକାଳେ ଓ ସଂନ୍ଧ୍ୟାରେ ଦୈନିକ ଏକ ଘଂଟାଏ ଲେଖାଁଏ ପ୍ରାଣାୟମ କରିବାକୁ ଦିଆଯାଇଛି ପରାମର୍ଶ । ୧୪ ଦିନ ଧରି ଏହାକୁ ଅନୁଧାନ କରିବ ଏମ୍ସ ଋିଷିକେଶର ବିଶେଷଜ୍ଞ ।

୨ଟି ଯାକ ଗ୍ରୁପରେ ଥିବା ରୋଗୀଙ୍କ ଶରୀରରେ ସଂକ୍ରମଣ କିପରି ରହୁଛି ଓ ଅନ୍ୟାନ୍ୟ ପ୍ରତିକ୍ରିୟାକୁ ପ୍ରତିଦିନ ରେକର୍ଡ କରାଯିବ । ଏହି ଗବେଷଣାକୁ ସହାୟତା ଯୋଗାଇ ଦେଉଛି କେନ୍ଦ୍ର ବିଜ୍ଞାନ ଓ କାରିଗର ବିଭାଗ । ତେବେ ଗବେଷଣା ବିଷୟରେ ସବିଶେଷ ଦେବାକୁ ମନାକରିଛନ୍ତି ଏମ୍ସ ଋିଷିକେଶ କର୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’