Masthead

ଉପରାମୁହାଁ କରୋନା ଗ୍ରାଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ସାରା ଦେଶରେ ଏବେ ଚିନ୍ତା ବଢାଇବାରେ ଲାଗିଛି । ଦେଶରେ କରୋନା ଗ୍ରାଫ ବଢିବାରେ ଲାଗିଛି । ଦେଖାଦେଇଛି କରୋନାର ଦ୍ୱିତୀୟ ଲହର । ଦେଶରେ ୨୪ଘଣ୍ଟାରେ କରୋନାରେ ୧୮୮ ପ୍ରାଣ ହରାଇଥିବାବେଳେ ,୪୦ହଜାର ୯୫୩ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୫ଲକ୍ଷ ୫୫ହଜାର ୨୮୪କୁ ବୃଦ୍ଧି ହୋଇଥିବାବେଳେ ୧କୋଟି ୧୧ଲକ୍ଷ ୭ହଜାର ୩୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୨ଲକ୍ଷ ୮୮ହଜାର ୩୯୪ ଏବେବି ଚିକିତ୍ସାଧୀନ ଅଛନ୍ତି ।

ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ନଜର ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି ଓ ୨ ଲକ୍ଷ ୮୮ ହଜାର ୩୯୪ ଆକ୍ଟିଭ ମାମଲା ରହିଛି। ଗତ ୨୪ ଘଣ୍ଟାରେ ହୋଇଥିବା ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮ରେ ପହଞ୍ଚିଛି।

ଆଇସିଏମଆର ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୬୦ ହଜାର ୯୭୧ କରୋନା ଯାଞ୍ଚ ହୋଇଛି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୫ ହଜାର ୬୮୧ ମାମଲା ରେରେକର୍ଡ ହୋଇଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୨୨ ହଜାର ୦୨୧ରେ ପହଞ୍ଚିଯାଇଛି। ମୃତକଙ୍କ ସଂଖ୍ୟା ୫୩ ହଜାର ୨୦୮ରେ ପହଞ୍ଚିଛି। ଶୁକ୍ରବାର ଦିନ କେବଳ ମୁମ୍ବାଇରେ ୩ ହଜାର ୬୨ ମାମଲା ରେକର୍ଡ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି