Masthead

ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୧ଵର୍ଷ ହେଲା ଗଠନ ହେଲାଣି ପଶ୍ଚିମ ଓଡିଶା ବିକାଶ ପରିଷଦ। କିନ୍ତୁ କିଛି ଭିଜନ ନାହିଁ। ଅର୍ଥ କେବଳ ରାସ୍ତା କାମ ପାଇଁ ଦିଆଯାଇଛି। ରାସ୍ତା ତିଆରି ହେଉଛି,ୟୁସି ବି ଦିଆଯାଇଛି। କିନ୍ତୁ ରାସ୍ତା ହଜିଯାଉଛି। ଖୋଜିଲେ ପ୍ରୋଜେକ୍ଟ ମିଳୁନାହିଁ। ଭୁତ ରାସ୍ତା ତିଆରି କରୁଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଲଟିଛି କର୍ମୀଙ୍କ ଥଇଥାନ କେନ୍ଦ୍ର। ଏବେ ଏହା ପାଦେ ଆଗକୁ ଯାଇଛି। ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି।

ଦାଦନଙ୍କ ପାଇଁ ଗୋଟିଏ ବି ଯୋଜନା ନାହିଁ। କୋଭିଡ ମହାମାରୀ ସମୟରେ ଦାଦନ ଖଟିବାକୁ ଲୋକ ଗଲେଣି । ଗାଁ ଖାଲି। ଗୋଟିଏ ବି ସ୍କୁଲ ଘର ହୋଇନାହିଁ। ପଶ୍ଚିମ ଓଡ଼ିଶାକୁ ଦୟା କରୁନାହାନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ୧୦୦୦ କୋଟି ଦାବିକଲେ ୨୦୦ କୋଟି ମିଳୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଅନୁନ୍ନତ ବ୍ଲକକୁ ଟଙ୍କା ନାହିଁ କିନ୍ତୁ ବିଜେଡି ବିଧାୟକ ଥିବା ଉନ୍ନତ ବ୍ଲକକୁ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ପଶ୍ଚିମ ଓଡିଶାର ସବୁଠୁ ଅନୁନ୍ନତ ଜିଲ୍ଲା ହେଉଛି ଦେବଗଡ଼।

ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି କଲେ ଦେବଗଡ଼ ବିଧାୟକ। ବିଭାଗୀୟ ମନ୍ତ୍ରୀ କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ଠାରୁ ୧୬୪୨.୫୨ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ୨୦୦୮-୦୯ରେ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ଅନୁଦାନ ଥିବା ବେଳେ ଏବେ ୨୦୦କୋଟି ଟଙ୍କା ଅନୁଦାନ ଦିଆଯାଇଛି ।ଖୁବଶୀଘ୍ର ପରିଷଦ ଗଠନ ହେବ। ଖାଲିଥିବା ସଭ୍ୟ ପଦ ଗୁଡ଼ିକ ଖୁବ ଶୀଘ୍ର ପୂରଣ ହେବ । ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆସିପାରୁନଥିବାରୁ ଅଫିସ ଖୋଲିପାରୁନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା